କଣ୍ଟାବଣୀ ଠାରେ ୭୪ତମ କ୍ରୀଡା ଉତ୍ସବ ମହାସମାରୋହରେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଣ୍ଟାବଣୀ ଠାରେ ୭୪ତମ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ କଣ୍ଟାବଣୀ ଠାରେ ସ୍ଥାନୀୟ ଯୁବକ ସଂଘ ଆନୁକୂଲ୍ୟରେ ୭୪ତମ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ କ୍ରୀଡା ପ୍ରତିଯୋଗିତା ମଧ୍ୟରେ ଶିଶୁ ବାଳକ ବାଳିକା ମାନଙ୍କ ଦ୍ବାରା ୨୦୦ ମିଟର ଦୌଡ, ବାଳକମାନଙ୍କ ଦ୍ବାରା ୫୦୦ ମିଟର ଦୌଡ, ମହିଳାମାନଙ୍କ ମଧ୍ୟରେ ବେଲୁନ ଫୁଟା, ମ୍ୟୁଜିକ ଚେୟାର, ବାଳକ ଓ ବାଳିକାମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଆୟୋଜିତ ହୋଇଥିଲା | ପୁରସ୍କାର ବିତରଣୀ ପର୍ବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇଥିଲେ | ଅର୍ଥାତ୍ ବାଳକମାନଙ୍କୁ ରୁପା ଅଳଙ୍କାର ଦେଇଥିଲା ବେଳେ ବାଳିକାମାନଙ୍କୁ ସୁନା ଅଳଙ୍କାର ଦେଇ ପୁରସ୍କୃତ କରିଥିଲେ |

ଉକ୍ତ ଭବ୍ୟ ସଭାରେ ସଭାପତି ସତ୍ୟଜିତ ମହାନ୍ତ, ସଂପାଦକ ଚିତ୍ତରଂଜନ ବାରିକ, ଉପସଭାପତି ରାଜୁ ଘୁନିଆ, ଉପସଂପାଦକ ବିଜୟ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ସମୀର ମହାନ୍ତ, ଲାଡେନ ମହାନ୍ତ, ସିପୁନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଏହାପରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ` ବିନ୍ଦୁ ମହାନ୍ତ ଝୁମର କୁଇନ´ ଦଳ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ | ଉକ୍ତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.