ମହା ବନ୍ଧୁ ମିଳନ ରେ ବାଣୀ କଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାବନ୍ଧୁ ମିଳନ ରେ ବାଣୀ କଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ। ସ୍ଥାନୀୟ ବ୍ରାହ୍ମଣ ଗାଁ ଠାରେ ବାଣୀ କଲ୍ୟାଣ ମହାନ୍ତି ଯିଏ କି କିଛି ଦିନ ତଳେ ବିଜେଡ଼ି ରୁ ନିଲମ୍ବିତ ହୋଇଥିଲେ, ଆଜି ସେ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ କରିଛନ୍ତି।

ଆଗାମୀ ସାଧାରଣ ନିର୍ବାଚନ କିଛି ମାସ ବାକି ଥିବା ବେଳେ ବାଣୀ କଲ୍ୟାଣ ଙ୍କ ଏହି ବନ୍ଧୁ ମିଳନ କଣ ପ୍ରଭାବ ପକାଇବ ତାହା ସାଧାରଣ ରେ ଚର୍ଚା ଜୋର୍ ଧରିଛି। କେହି କେହି ବାଣୀ ଆଜି ବି ମୁଖ୍ୟ ମନ୍ତ୍ରୀ ନବୀନ ବାବୁ ଓ ବିଜୁ ବାବୁ ଙ୍କ ଫଟୋ ରଖି ତାଙ୍କର କାର୍ଯ୍ୟ କର୍ମ କରୁଛନ୍ତି ଏଣୁ ସେ ଏବେ ବି ନବୀନ ପଟ୍ଟନାୟକ ଙ୍କ ଉପରେ ପୁରା ଭରଷା ରେ ରହିଛନ୍ତି ବୋଲି କହିଛନ୍ତି | ଅନ୍ୟ କେହି କହିଲେଣି ବିଜେଡ଼ି ଅସନ୍ତୁଷ୍ଟ ଭୋଟ କୁ ଏକତ୍ରିତ କରିବାର ବାଣୀ ସମର୍ଥ ହୋଇ ପାରିଛନ୍ତି। ତେବେ ଆଗକୁ କଣ ରହିବ ପ୍ରଭାବ, କଣ ରହିବ ବାଣୀ ଙ୍କ ନିର୍ବାଚନ ଗତି ତାହା ଦେଖିବାକୁ ବାକି ରହିଲା।

ଆଜିର କାର୍ଯ୍ୟକ୍ରମରେ ହଜାର ହଜାର ସମର୍ଥକ ମାନଙ୍କୁ ନେଇ ଲିଙ୍କନ ଦଳାଇ, ପ୍ରଭୁ ଦତ୍ତ ଦାସ, କାଳନ୍ଦୀ ନାୟକ, ରାଧା ଗୋବିନ୍ଦ ପଟ୍ଟନାୟକ, ଚିନ୍ତାମଣି ବଳ, ବଂଶୀ ଧର ବିଶ୍ଵାଳ, ଗୁରୁ ପ୍ରସାଦ ମହାନ୍ତି, ରାଜା କୁମାର ନାୟକ ଙ୍କ ସହ ବହୁ ସମର୍ଥକ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ। ବାସୁଦେବପୁର ବାସୀ ଙ୍କ ଆସ୍ଥା ଭୋଜନ କେବଳ ବାଣୀ କଲ୍ୟାଣ ହିଁ କରି ପାରିବେ ଏବଂ ସମସ୍ତ ବାସୁଦେବପୁର ବାସୀ ଙ୍କ ର ପ୍ରିୟ ବାଣୀ କଲ୍ୟାଣ ହୋଇ ସାରିଲେଣି ବୋଲି ବାଣୀ କଲ୍ୟାଣ ଙ୍କ ଦୃଢ଼ ସମର୍ଥକ ମାନେ କହିଛନ୍ତି। ଦେଖିବାକୁ ବାକି ରହିଲା ନିର୍ବାଚନ ମଇଦାନ ରେ କଣ ଘଟଣା ଘଟୁଛି

Leave A Reply

Your email address will not be published.