ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ସାଧାରଣ ସଭା ସହ ଗଣଦୌଡ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ଵର ମୁନ୍ସିପାଲ୍ଟିର ବଡ଼ବଜାର ଠାରେ ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ସାଧାରଣ ସଭା ସହ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ଜିଲ୍ଲାର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଙ୍ଗ ଦ୍ବାରା ଶିଖ୍ଯା ସମସ୍ତଙ୍କ ପାଇଁ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବାଲେଶ୍ୱର ଜିଲ୍ଲାର ସଂଯୋଜକ ତଥା ବରିଷ୍ଠ ଆଇନଜୀବୀ ଅନୀଲ କୁମାର ପରିଡାଙ୍କ ତତ୍ବାବଧାନର ଜଳେଶ୍ଵର ୟୁନିଟ ତରଫରୁ ଆଜି ସକାଳ ଆଠଟା ସମୟରେ ଜଳେଶ୍ୱର କାଳୀ ମନ୍ଦିର ନିକଟରୁ ବଡ଼ବଜାର ଛକ ପର୍ଯ୍ୟନ୍ତ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଗଣଦୌଡ କୁ ସିନିଅର ସିଭିଲ ଜର୍ଜ ନିଶା ସାମଲ ଏହାକୁ ଉଦଘାଟନ କରିଛନ୍ତି  |

ଜିଲ୍ଲା ପରିଷଦ ଉପାଧ୍ଯଖ୍ଯା ଅନୁସୟା ପ୍ରଧାନ, ବ୍ଲକ ଚେୟାରମେନ ମାନସ କୁମାର ଜେନା, ମ୍ଯୂନସିପାଲଟି ଚେୟାରମେନ ପ୍ରତୀପ କୁମାର ପ୍ରଧାନ,ସାଂସଦ ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀ, ଆଇଆଇସି ରଞ୍ଜନ କୁମାର ସେଠୀ, ବାର ଏସୋସିଏସନ ସଭାପତି କୁଞ୍ଜବିହାରୀ ଦାସ, ଶିକ୍ଷକ ନେତା ଅଜିତ କୁମାର ମହାନ୍ତି,ସିଦ୍ଧାର୍ଥ ଶଙ୍କର ପାଳ ପ୍ରମୁଖ ଙ୍କ ସହ ଛାତ୍ର ଛାତ୍ରୀ, ଯୁବକ ମାନେ ଏକତ୍ରିତ ହୋଇ ଶିଖ୍ଯା ସମସ୍ତଙ୍କର ଆବଶ୍ୟକତା ରହିଛି, ଶିଖ୍ଯା ସମସ୍ତଙ୍କର ଦରକାର ବୋଲି ମତ ରଖିଥିଲେ।

Leave A Reply

Your email address will not be published.