ଶ୍ୟାମାପ୍ରସାଦ ମହାବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ୟାମାପ୍ରସାଦ ମହାବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ‘ କାର୍ଯ୍ୟକ୍ରମ | ମାଲକାନଗିରି ଜିଲ୍ଲା କୀଲିମେଳା ବ୍ଲକ ଅନ୍ତର୍ଗତ ମାଓବାଦୀ ପ୍ରବଣ ଏମ ଭି-୭୯ ଶ୍ୟାମାପ୍ରସାଦ ମହାବିଦ୍ୟାଳୟ ଠାରେ ଗତ କିଛି ଦିନ ଧରି ଆରମ୍ଭ ହୋଇଥିବା, ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗର ” ବିଶ୍ଵ ଓଡ଼ିଆ ଭାଷା ସମ୍ମଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ‘ କାର୍ଯ୍ୟକ୍ରମ ର ଉଦଯାପନ ଉତ୍ସବ ଅତିଆଡମ୍ବର ସହକାରେ ପାଳିତ ହୋଇଯାଇଛି।

ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ପାଢୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଯୋଗଦେଇ ଓଡିଆଭାଷା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ, ମୁଖ୍ୟ ବକ୍ତା ଭାବେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ତଥା ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ କହିଲେ ଯେ, ଜଗନ୍ନାଥ ସଂସ୍କୃତି ହିଁ ଓଡିଆ ଭାଷା ସାହିତ୍ୟର ଭିତ୍ତିଭୂମି ।

ସମ୍ମାନିତ ଅତିଥି ଭାବରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପ୍ରଧ୍ୟାପକ ତଥା ଜିଲ୍ଲା ନୋଡାଲ୍ ଅଧିକାରୀ ଡକ୍ଟର ରଂଜନ କୁମାର ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପରିତୋଷ ସରକାର, ଦୀପଂକର ଦତ୍ତ ଓ ନୋଡାଲ ଅଫିସର ଭାବେ ଡକ୍ଟର ମେଘନାଦ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଂକୁ ବିଭିନ୍ନ ଉପାଦେୟ କଥା କହିଥିଲେ। ଏହା ବ୍ୟତୀତ ବିଭିନ୍ନ ବର୍ଗ ର ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଂକ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Leave A Reply

Your email address will not be published.