କରଞ୍ଜିଆ ଠାରେ ୭୫ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଳନର ବାସ୍ନାରେ ଆଜି ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ସବୁଆଡେ ଉଲ୍ଲସିତ ହୋଇ ପଡିଛି।ସ୍ବାଧିନ ଭାରତର ନିଜସ୍ବ ଶାସନ ବ୍ୟବସ୍ଥାଧରା ତଥା ଜନସାଧାରଣଙ୍କ ହାତରେ ଶାସନର ବ୍ୟବସ୍ଥା କୁ ଧରାଇବା ଶୁଭ ସମୟ ଥିଲା ୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖ |ତେଣୁ ସେହି ଦିନଠାରୁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପୁରା ଦେଶ ପାଳନ କରୁଥିବା ବେଳେ କରଞ୍ଜିଆ ରେ ମଧ୍ୟ ପାଞ୍ଚପିଢ଼ ଉପଖଣ୍ଡସ୍ତରୀୟ ୭୪ ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ତେବେ ସକାଳ ୭ ଘଟିକା ୩୦ ମିନିଟ ସମୟରେ କରଞ୍ଜିଆ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ୮ଘଟିକା ୩୦ ମିନିଟ ସମୟରେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆ ରେ ମୁଖ୍ୟଅତିଥି ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ ଜାତୀୟ ପତାକା ଉତ୍ତଳୋନ ପରେ ନିଜ ଅଭିଭାଷଣ ରଖିଥିଲେ। ପରେ କରଞ୍ଜିଆ ଏନଏସି ର ବିଭିନ୍ନ ବିଦ୍ୟାଳୟ, ଏନ.ସି.ସି, ସ୍କାଉଟ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ୟାରେଡ ପ୍ରତିଯୋଗିତା ହୋଇଥିଲା | ପ୍ୟାରେଡ ପ୍ରତିଯଗିତା ପରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ| ପରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ପ୍ୟାରେଡ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଦଳ କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ।

ତେବେ ଚଳିତ ବର୍ଷ ୭୫ତମ ସାଧାରଣ ଦିବସ ବହୁ ଆଡମ୍ବର ସହିତ ପାଳନ ହୋଇଥିବାରୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ , କରଞ୍ଜିଆ ର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ତଥା କରଞ୍ଜିଆ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିହାର ରଞ୍ଜନ ସେଠୀ ପରିଚାଳନା କରିଥିବା ବେଳେ ପରିଚାଳନା ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗ୍ରନ୍ଥାଗାରିକ ଅରୁଣ ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ | ଏବଂ ତାସହିତ ଅପରାହ୍ନ ଚାରି ଘଟିକା ସମୟରେ ଏକ କ୍ରିକେଟ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା ଯୋଉଥିରେ ଗୋଟିଏ ପଟେ କରଞ୍ଜିଆ ପ୍ରଶାସନ ଟିମ ହୋଇଥିବା ବେଳେ ଅନ୍ୟ ପଟେ ସାମ୍ବାଦିକ ଏବଂ ଓକିଲ ସଙ୍ଘ ଟିମ ସାମିଲ ହୋଇଥିଲେ |

ସାମ୍ବାଦିକ ଏବଂ ଓକିଲ ସଙ୍ଘ ଟିମ ଟଚ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇ ୧୦ ଅଭର ରେ ୮୧ ରଂନ କରିଥିବା ବେଳେ ପ୍ରଶାସନ ଟିମ ବହୁତ ରାମାଞ୍ଚକ ଖେଳ ପ୍ରଦର୍ଶନ କରି ୨ଟି ୱାଇକେଟ ହରେଇ ୮୪ ରଂନ କରି ବିଜୟ ହୋଇଥିଲା |ଏହି ରାମାଞ୍ଚକ ଖେଳ ଦେଖିବାକୁ କରଞ୍ଜିଆ ର ବହୁ ଲୋକଙ୍କ ଉପସ୍ଥିତ ରହିଥିଲେ |ଏହି ମ୍ୟାଚ କୁ ଓକିଲ ସଙ୍ଘ ର ସମ୍ପାଦକ ଦିବ୍ୟପ୍ରସାଦ ସାହୁ ପରିଚାଳନା କରିଥିଲେ |

Leave A Reply

Your email address will not be published.