“ନୂଆ – ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ବିଶ୍ୱ ଓଡ଼ିଶା ଭାଷା ସମ୍ବିଳନୀ ଉଦଯାପିତ କାର୍ଯ୍ୟକ୍ରମ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀସ୍ଥ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ଭିଳନୀର ଆୟୋଜନ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ନୂଆ-ଓ ଯୋଜନା ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ସାହିତ୍ୟଭିତ୍ତିକ ଓ ଜଗନ୍ନାଥ ସଂସ୍କୃତି ଆଧାରିତ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ର ପ୍ରଭୃତି କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି।

କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦିପ କୁମାର ସାହୁଙ୍କ ମାର୍ଗଦର୍ଶନ ଓ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ, ତଥା ଗୋରୁମହିଷାଣି ଖଣି ଜୋନାଲ ମେନେଜର ଶ୍ରୀଯୁକ୍ତ ବିକାଶ ରଂଜନ ନାୟକ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସୁବ୍ରତ ମହାନ୍ତି(ପ୍ରମେହ)ଓ ଅଧ୍ୟାପିକା ଭାରତୀ ମହାନ୍ତି(ଓଡ଼ିଆ ବିଭାଗ),ରବିନାରାୟଣ କର(ଗଣିତ ବିଭାଗ),ଗିରିଷ କୁମାର ନାୟକ(ଥାନା ପ୍ରଭାରୀ),ଅଧ୍ୟାପିକା ସୁଧା କିସ୍କୁ, ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମଣ୍ଡଳ, ପ୍ରମୋଦ କୁମାର ତନ୍ତୀ, ଧନଗୋବିନ୍ଦ ମହାନ୍ତ, ତପନ କୁମାର ସାମଲ, ବିଶ୍ୱଜିତ ମହାନ୍ତ, ବିପିନ ବିହାରି ଗିରି ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସମ୍ବନ୍ଧୀୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ନୋଡାଲ ଅଫିସର ତଥା ଅଧ୍ୟାପକ ଡ ଦିଗାମ୍ବର ଗିରିଙ୍କ ପ୍ରାରମ୍ଭିକ ଭାଷଣ ପ୍ରଦାନ,ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ରବି ନାରାୟଣ ଗିରି, ତୃଷ୍ଣା ଦାସ, ପ୍ରକାଶ ଚନ୍ଦ୍ର ମଣ୍ଡଳଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ କଲେଜର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ପିଇଟି ଖଗେନ୍ଦ୍ର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.