ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଏଲ ଇଣ୍ଡିଆ କମ୍ପାନୀ ର ମନମୁଖୀ କାର୍ଯ୍ୟ | ଅଏଲ ଇଣ୍ଡିଆ କମ୍ପାନୀ ର ବେନିୟମ ଓ ବିନା ସୂଚନାରେ ହେଉଥିବା କାର୍ଯ୍ୟକୁ ବିରୋଧ କରୁଛନ୍ତି ଗ୍ରାମବାସୀ ।
ଗତବର୍ଷ ସାଲେପୁର ଅଞ୍ଚଳ ରେ ଅଏଲ ଇଣ୍ଡିଆ କମ୍ପାନୀ ବିଭିନ୍ନ ସ୍ଥାନରେ ବ୍ଲlଷ୍ଟିଂ କରି ମାଟିତଳୁ ତେଲ ବାହାର କରିବା ନିମନ୍ତେ ମାଟି ଖନନ କରି ବିଭିନ୍ନ ଘର ଓ ଜମି ନଷ୍ଟ କରିବା ପରେ ପୁଣି ଚଳିତ ବର୍ଷ ତାର କାର୍ଯ୍ୟ ଆରମ୍ଭ କରିଛି ।ବିନା ଜନ ଶୁଣାଣି ବିନା ସୂଚନା ରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହଣ ପଞ୍ଚାୟତ ରେ ତେଲ କମ୍ପାନୀ ପକ୍ଷରୁ ଦିନ ଦୁଇ ପ୍ରହରରେ ହଜାର ହଜାର ଟ୍ରିପ ମାଟି ଫିଲିଙ୍ଗ କରାଯଉଛି ଯାହା ଫଳରେ ଅଞ୍ଚଳ ପ୍ରଦୂଷିତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ଓ ଯାତାୟାତ ବାଧା ସୃଷ୍ଟି ହେଉଛି l
ବିଶେଷ କରି ଛୋଟ ଛୋଟ ପିଲା ମାନେ ସ୍କ୍ଳଲ୍ ଯିବା ଆସିବା ରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି l କେନାଲ ରେ ସଠିକ ଭାବେ ପୋଲ ନିର୍ମାଣ କରାଯାଇନାହିଁ ବୋଲି କହିବା ସହ ଗାଁ ଗହଳି ଏବେ ଧୂଳି ମୟ ହୋଇପଡିଛି ଏମିତି କି ଖାଦ୍ୟ ରେ ମଧ୍ୟ ଏହି ଧୂଳି ମାଟି ଉଡ଼ି ପଡ଼ୁଛି ଯାହା ଫଳରେ ଅଞ୍ଚଳ ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି ।