ଜଳେଶ୍ବର ମହୋତ୍ସବ କମିଟି ପକ୍ଷରୁ ବଡ଼ବଜାର ମହୋତ୍ସବ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲାର ବସ୍ତା,  ବାଲିଆପାଳ ଓ ଜଳେଶ୍ଵର ବ୍ଲକ ର ବିଭିନ୍ନ ସ୍ଥାନ, ସ୍କୁଲ,କଲେଜ, ସରକାରୀ ବେସରକାରୀ ଅଫିସ, ଦୋକାନ ବଜାରରେ ସାଧାରଣତନ୍ତ୍ର ଦିବସ ପାଳନ।

ଜଳେଶ୍ବର ମହୋତ୍ସବ କମିଟି ପକ୍ଷରୁ ବଡ଼ବଜାର ମହୋତ୍ସବ ପଡ଼ିଆ ରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ସଭାପତି ଡ଼ଃ ଅଜିତ କୁମାର ମହାନ୍ତି ଙ୍କ ସଭାପତିତ୍ବ ରେ ତହସିଲଦାର ସଞ୍ଜିବ କୁମାର ପଣ୍ଡା ପତାକା ଉତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ରଞ୍ଜନ କୁମାର ସେଠୀ, ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ, ଶିଶିର ହୁଇ, ଦୀଲ୍ଲିପ କୁମାର ଗିରି, ଲେଲିନ ପ୍ରଧାନ, ଆଇନଜୀବୀ ସତ୍ଯସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ।

ତେବେ ପ୍ରତି ବର୍ଷ ପରି ଏଥର ମଧ୍ୟ ଆସନ୍ତା ୨୯ ତାରିଖ ରୁ ଜଳେଶ୍ଵର ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ଅତିଥି ମାନେ ମହୋତ୍ସବ କମିଟି କୁ ଧନ୍ୟବାଦ ଦେଇଥିଲେ। ଶେଷରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.