ଜଳେଶ୍ୱରରେ ପୋଲତଳୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ୱରରେ ପୋଲତଳୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର | ତେବେ ସୂଚନା ମୁତାବକ, ୬୦ନ ଜାତୀୟ ରାଜପଥ ଜମାଳପୁର ବାଇପାସ ପୋଲତଳୁ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରାଯାଇଛି |

କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି | ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଜାରୀ ଆରମ୍ଭ କରିଛି | ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନ ଜାତୀୟ ରାଜପଥ ଜମାଳପୁର ବାଇପାସ ପୋଲ ତଳେ ଆଜି ସକାଳ ସମୟରେ ଏକ ମୃତ ଦେହ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ  |

ଦେହରେ କୌଣସି କପଡା ନ ଥିବା ବେଳେ ଶବଟି ଫୁଲି ଯାଇଥିବା ବେଳେ ଦେହରେ ଅନେକ ଜାଗାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି | କେହି ହତ୍ୟାକାରୀ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି | ଜଳେଶ୍ୱର ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି |

Leave A Reply

Your email address will not be published.