ହାଟଡ଼ିହିରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହାଟଡ଼ିହିରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ | ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ଠାରେ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ହାତଡ଼ିହି ବ୍ଲକ କୁ ଏକ ଅଗ୍ରଣୀ ବ୍ଲକ ଭାବରେ ପରିଗଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଵିଶେଷ କରି ବର୍ତ୍ତମାନର ବିଡ଼ିଓ ଯେପରି ଭାବେ ବ୍ଲକ ଟିକୁ ସୁନ୍ଦର ରୂପରେଖ ଦେଉଛନ୍ତି ସେଥିପାଇଁ ବିଡ଼ିଓ ଏବଂ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଏଥିରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ସୁକାନ୍ତି ଯେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ପଞ୍ଚାୟତ, ବ୍ଲକ କର୍ମଚାରୀ, ଓ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.