ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୮ ଟି ଚୋରା ବାଇକ ଜବତ ସହ ତିନି ଜଣ ଚୋରି ଗ୍ୟାକେଟର ଅଟକ | କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧୀନ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରି ୮ ଚୋରା ବାଇକ ଜବତ କରିଛି। ଏହି ବାଇକ୍ ଚୋରି ଗ୍ୟାକେଟ୍ର ୩ ଜଣଙ୍କ ଅଟକ ରଖାଯାଇଛି।
ପୁରୀ ସିଂହଦ୍ଵାର ଥାନା ଅଞ୍ଚଳରୁ ଚୋରି ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ,ଘସିପୁରା ପୁଲିସ ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ କିଛି ଦିନ ହେଲା ପ୍ରସ୍ତୁତି ଚଳାଇଥିଲା ।
ଏକ ଟିମ୍ ଘସିପୁରା ଥାନା ଅଧୀନ ରେକୁଟିଆ,କେଶଦୁରପାଳ, ଦରଡ଼ିପାଳ, କଅଂସ, ବରିପାଳ ସ୍ଥାନରେ ଚଢ଼ଉ କରି ୮ ବାଇକ୍ ଜବତକରିଥିଲା। ପୁରୀରୁ କେନ୍ଦୁଝର ଯାଏ ଲମ୍ବିଥିବା ବାଇକ ଚୋରି ଗ୍ୟାକେଟ୍ରେ ଚେର ଖୋଜୁଛିପୁଲିସ। ଏଥିପାଇଁ ଅଧୂକ ତଦନ୍ତ ଜାରି ରହିଛି