ଡାକ୍ତରଙ୍କୁ ଗିରଫ ଦାବିରେ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲର ଡାକ୍ତର ଦିଲ୍ଲୀପ ପାତ୍ରଙ୍କୁ ଗିରଫ ଦାବିକରି ଗ୍ରାମବାସୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ | ସୁଚନା ଅନୁଯାୟୀ ମେ ମାସ ୩ ତାରିଖ ଦିନ ଜଳେଶ୍ଵର ଥାନା ଚକହରି ଗ୍ରାମର ଉମେଶ ଓଝା କୌଣସି କଥାକୁ ନେଇ କିଟ ନାଶକ ଔଷଧ ପିଇ ଦେଇଥିଲେ | ପରିବାର ଲୋକେ ତାଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ |

ସେଠାରେ ଡ୍ୟୁଟିରେ ଥିବା ମେଡିକାଲ ଅଫିସର ଚିକିତ୍ସା କରିବାରେ ଅବହେଳା କରିବା ସହିତ ଏକ ଘଣ୍ଟାରୁ ଅଧିକ ସମୟ ବିଳମ୍ବ କରିଥିଲେ |ଯାହା ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଉମେଶର ମୃତ୍ୟୁ ହୋଇଥିଲା | ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାରଲୋକେ ଗ୍ରାମବାସୀ ପକ୍ଷରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା | ଏହାକୁ କେନ୍ଦ୍ରକରି ପୋଲିସ ପରିବାର ଲୋକ ଓ କିଛି ଗ୍ରାମବାସୀଙ୍କୁ ଗିରଫ କରିଥିବା ଆଜି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଚକହରି ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି |

ନିଜ କର୍ତବ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ | ଯଦି ଆଗାମୀ ୭ଦିନ ମଧ୍ୟରେ ଡାକ୍ତର ଦିଲ୍ଲୀପ ପାତ୍ରଙ୍କୁ ଗିରଫ କରାନଯାଏ ତାହାହେଲେ ଗ୍ରାମବାସୀ ଡାକ୍ତରଖାନା ଆଗରେ ଧାରଣା ଦେବା ସହିତ ପରିବାର ଲୋକ ଡାକ୍ତରଖାନା ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.