ବାବା ରସିକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ବିଶାଳ କଳସ ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ରସମତଳା ପଞ୍ଚାୟତ ଅଧିନସ୍ଥ ରସମତଳା ଗ୍ରାମରେ ବାବା ରସିକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ବିଶାଳ କଳସ ସଭାଯାତ୍ର ଅନୁଷ୍ଠିତ ହୋଇଯାଇଛି |ତେବେ ଆଜି ପ୍ରାତ ୬ ଘଟିକା ସମୟରେ ମଣ୍ଡୁଆ ସ୍ଥିତ ଦେଓ ନଦୀରେ ପୂଜା ଅର୍ଚନା କରି ସେଠାରୁ ଏକ ବିଶାଳ କଳସ ସଭାଯାତ୍ରା ବାହାରି କୁଡୁମା, ମଣ୍ଡୁଆ ଗ୍ରାମ ରସମତଳା ପରିକ୍ରମା କରି ବାବା ରସିକେଶ୍ୱର ମନ୍ଦିର ପହଂଚି ଥିଲା |

ଏହି କଳସ ସଭାଯାତ୍ରା ରେ ରସମତଳା ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳ ରୁ ବହୁ ସଂଖ୍ୟକ ମହିଳା ମାନେ ସାମିଲ ହୋଇଥିବା ସହିତ ତାଙ୍କ ମଧ୍ୟରେ ବହୁ ଉତ୍ସାହିତ ଦେଖିବାକୁ ମିଳିଥିଲା | ତେବେ ମନ୍ଦିରରେ କଳସ ସଭାଯାତ୍ର ପହଞ୍ଚିବା ପରେ ସେଠାରେ ନୀତିକାନ୍ତି ଅନୁସାରେ ପୂଜା ଅର୍ଚନା ଆରମ୍ଭ ହୋଇଥିଲା |ଏବଂ ଆସନ୍ତା କାଲି ଗୁରୁପୂଜା, ସୂର୍ଯ୍ୟ ପୂଜା, ଗୋପୂଜା,ଯଜ୍ଞ ଆହୁତି, ବିଗ୍ରହ ମାନଙ୍କର ମହାସ୍ନାନ,ନ୍ୟାସ ପ୍ରାଣପ୍ରତିଷ୍ଠା , ପୂଜାନ୍ତେ ଆରତୀ ଓ଼ ପୁଷ୍ପାଞ୍ଜଳି ହେବ ବଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି |

ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ୯ ତାରିଖରୁ ଆରମ୍ଭ ହୋଇ ୧୧ତାରିଖ ଯାଏ ଯଥାବିଧି ଅନୁସାରେ ଅନୁଷ୍ଠିତ ହେବ ତାସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୌରାଣିକା ସଂସ୍କୃତି କାର୍ଯ୍ୟକ୍ରମ ହେବା ସହିତ ଆସୁଥିବା ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କମିଟି ପକ୍ଷରୁ ହୋଇଥିବା ନେଇ ସୂଚନା ଦେଇଛନ୍ତି | ତେବେ ଏହି ପ୍ରତିଷ୍ଠା ଉତ୍ସବ ରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ନାଏକ ଏବଂ ପୂର୍ବତନ ନଗରପାଳ ପ୍ରେମଜୀତ ସାହୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.