ଧକୋଠା ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୨୨ ଲକ୍ଷ ଲୁଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧକୋଠା ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୨୨ ଲକ୍ଷ ଲୁଟ | ଘସିପୁରା ଥାନା ଧକୋଠା ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ପ୍ରାୟ ୨୨ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ।

ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ଏଭଳି କାଣ୍ଡ ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ଜଣିବା ପରେ ଘସିପୁରା ଥାନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚୁ ତଦନ୍ତ ଆରମ୍ଭ କରିଛି।

ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଗ୍ୟାସ୍ ସିଲିଣ୍ଡର ଓ କଟର ମେସିନ ଛାଡି ଚାଲିଯାଇଛନ୍ତି। ୨୦ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏହି ଏଟିଏମରୁ ଟଙ୍କା ଲୁଟ୍ ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

Leave A Reply

Your email address will not be published.