ଜୀ ସାର୍ଥକ ର “ଦେଖିବା ନିତି ହେବା ଲକ୍ଷପତି” ମେଗା କଣ୍ଟେଷ୍ଟରେ ଭାଗ ନେଇ ଲକ୍ଷପତି ହୁଅନ୍ତୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାର ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ତା’ର ଅଗଣିତ ଦର୍ଶକମାନଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ନେଇଆସୁଛି । ଜୀ ସାର୍ଥକରେ ଆରମ୍ଭ ହୋଇଥିବା ନିଆରା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ପ୍ରତି ଦର୍ଶକଙ୍କର ଆଗ୍ରହ ବଢିବାରେ ଲାଗିଛି l

ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ମଧ୍ୟରେ ଦର୍ଶକ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ପ୍ରତ୍ୟେକ ଦିନ ୬ ଜଣ ବିଜେତା ୧ ହଜାର ଟଙ୍କାର ଗିଫ୍ଟ ଭାଉଚର ପାଇପାରୁଛନ୍ତି l ଯାହାକି ଦର୍ଶକ ପ୍ରତ୍ୟକ ଦିନ ବିଜେତାଙ୍କ ସମ୍ପୂର୍ଣ୍ଣ ବିବରଣୀ ଟିଭି ସ୍କ୍ରିନ୍ ରେ ଦେଖିପାରୁଛନ୍ତି l ସେଇ ବିଜେତାଙ୍କୁ ନେଇ ଆଗକୁ ଏକ ମେଗା କଣ୍ଟେଷ୍ଟ ହେବ ଯାହାଙ୍କୁ ମିଳିବ ବମ୍ପର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା l

ଜୀ ସାର୍ଥକ ସର୍ବଦା ଦର୍ଶକଙ୍କ ସହିତ ନିଜ ସମ୍ପର୍କ ଯୋଡ଼ିବା ପାଇଁ ନୂଆ ନୂଆ ପ୍ରୟାସ ଜାରି ରଖିଥାଏ l ସେହିପରି ତା’ର ଅନନ୍ୟ କାର୍ଯ୍ୟକ୍ରମ “ଦେଖିବା ନିତି ହେବା ଲକ୍ଷପତି” ଏକ ମାଧ୍ୟମ l ତେଣୁ ଜୀ ସାର୍ଥକକୁ ଭଲ ପାଉଥିବା ଦର୍ଶକମାନେ ଏହି ପ୍ରତିଯୋଗିତାରେ ବହୁ ମାତ୍ରାରେ ଭାଗ ନେଇ ଲକ୍ଷପତି ହେବା ପାଇଁ ନିଜ ଭାଗ୍ୟର ପରୀକ୍ଷା ନିଅନ୍ତୁ ବୋଲି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.