ଜିଲ୍ଲାସ୍ତରୀୟ କୃଷକ ଦିବସରେ ଅଖିମୁଠୀ ହେଲା ଅନୁକୂଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି। ଏହି ଅବସରରେ କୃଷି କାର୍ଯ୍ୟ ଆରମ୍ଭ ନିମନ୍ତେ ଅଖିମୁଠୀ ଅନୁକୂଳ କରାଯାଇଛି। ଶ୍ୟାମାଖୁଣ୍ଟା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅଖିମୁଠି ପୂଜନ କରିଛନ୍ତି।

ପୂଜାପାଠ ପରେ ବିଲରେ ଧାନ ବୁଣିବା ସହ ହଳ ଲଙ୍ଗଳ କରି ଚାଷୀଙ୍କ ପାଇଁ ଚାଷ କାର୍ଯ୍ୟର ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସବୁ ବେଳେ ଚାଷୀଙ୍କ ସହ ରହିଥିବା ବେଳେ ଚାଷୀମାନଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତ ସରକାରୀ ଯୋଜନା କିଭଳି ଭାବେ ଚାଷୀଙ୍କ ନିକଟରେ ପହଞ୍ଚିବ ସେ ନେଇ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ବିଭିନ୍ନ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ଼ଃ ସଂଘମିତ୍ରା ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶଜ ଜଳଛାୟା ବିଭାଗ ସମେତ ବହୁ ସଂଖ୍ୟାରେ ଚାଷୀ ଓ ଚାଷୀଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ।

Leave A Reply

Your email address will not be published.