ମୟୂରଭଞ୍ଜ ବିଜେପିର ସାମ୍ବାଦିକ ବନ୍ଧୁମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମଗ୍ର ଦେଶରେ ପୁଣି ଥରେ ମୋଦୀ ସରକାର ଆସିବା ସହ ଓଡ଼ିଶାରେ ବି ଏଥର ବିରାଟ ପରିବର୍ତ୍ତନ ହେବ ଏବଂ ବିଜେପି ଏଠି ସରକାର ଗଠନ କରିବ। ଗୁରୁବାର ଦିନ ଏଠାରେ ଆୟୋଜିତ ଏକ ବର୍ତ୍ତାଳାପ/କଥୋପକଥନ ଭିତ୍ତିକ ସାମ୍ବାଦିକ ବନ୍ଧୁମିଳନରେ ଏହି ପ୍ରକାର ଦୃଢୋକ୍ତି କରିଛନ୍ତି ଦଳୀୟ ନେତାମାନେ।

ସ୍ଥାନୀୟ ରୋଟାରୀ ଭବନରେ ବିଜେପି ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀଙ୍କ ଦ୍ୱାରା ଆହୂତ ଏହି କାର୍ଯ୍ୟକ୍ରମରେ ଦଳର ଅନ୍ୟତମ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ନିଜର ଶାଣିତ ବକ୍ତବ୍ୟ ରଖି ବିଜେଡି ସରକାରର ତୀବ୍ର ସମାଲୋଚନା କରିଥିଲେ ଏବଂ ବିଜେପି ରାଜ୍ୟରେ ନିର୍ବାଚନରେ ବିଜୟୀ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟିବ ବୋଲି ଆଶ୍ୱାସନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏଥିରେ ବିଜେପିର ଲୋକସଭା ଆସନ ପ୍ରାର୍ଥୀ ନବଚରଣ ମାଝୀ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରିଶେଷରେ ଶ୍ରୀ ଶତପଥୀ ଏ ନିର୍ବାଚନ ଏକ ଐତିହାସିକ ନିର୍ବାଚନ ହେବ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମ ସଫଳ କରିବା ଦୃଷ୍ଟିରୁ ଦଳର ଜିଲ୍ଲା ମିଡିଆ ସଂଯୋଜକ ଦୀନେଶ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ କୁମାର ପାତ୍ର ଓ ବାରିପଦା ସହର ଶାଖା ସଭାପତି ବିଜୟ କୁମାର ଦାସ ପ୍ରମୁଖ ସକ୍ରିୟ ଥିବା ଦେଖାଯାଇଥିଲା।

Leave A Reply

Your email address will not be published.