ଜୁନ୍‌ ୧ ପର୍ଯ୍ୟନ୍ତ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କେଜ୍ରିୱାଲ୍‌ଙ୍କୁ ଏହି ଜାମିନ୍‌ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ମିଳିଛି। ତା’ପର ଦିନ ଅର୍ଥାତ୍ ଜୁନ୍ ୨ ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କର ଗିରଫଦାରୀକୁ ଚ୍ୟାଲେଞ୍ଜ କରିବା ସହିତ ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦେବାକୁ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କେଜ୍ରିୱାଲଙ୍କ ପକ୍ଷରୁ ଆଡ୍‌ଭୋକେଟ ଅଭିଷେକ ମନୁ ସିଂଘଭି ଅନ୍ତରୀଣ ଜାମିନକୁ ଜୁନ୍ ୫ ପର୍ଯ୍ୟନ୍ତ ଦିଆଯାଇପାରିବ କି ବୋଲି ପଚାରିବାରେ ଜଷ୍ଟିସ୍ ସଞ୍ଜୀବ ଖନ୍ନା ସିଧାସଳଖ ମନା କରି ଦେଇଥିଲେ। ଇଡି ତରଫରୁ କୋର୍ଟରେ ହାଜର ରହି ସୋଲିସିଟର ଜେନାରାଲ ତୁଷାର ମେହତା କହିଥିଲେ ଯେ ଏହି ମାମଲା ସଂପର୍କରେ କେଜ୍ରିୱାଲ କିଛି କହିବା ଉଚିତ୍ ନୁହେଁ। ସେହିଭଳି ସେ ଧାର୍ଯ୍ୟ ତାରିଖରେ ଆତ୍ମସମର୍ପଣ କରିବା ଉଚିତ୍। କୋର୍ଟ ତାଙ୍କୁ ଜୁନ୍‌ ୨ ତାରିଖରେ ଆସି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ ୨୧ ତାରିଖରେ ଇଡି ଦ୍ବାରା ଗିରଫ ହେବା ପରେ କେଜ୍ରିୱାଲ୍‌ ଏବେ ତିହାର ଜେଲ୍‌ରେ ଅଛନ୍ତି।

ତେବେ କେଜ୍ରିୱାଲ୍‌ଙ୍କ ପକ୍ଷର ଓକିଲ ଅଭିଷେକ ମନୁ ସିଂଗଭୀ ତାଙ୍କୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ଦେବାକୁ ଆବେଦନ କରିଥିବା ବେଳେ ଜଷ୍ଟିସ୍‌ ଖାନ୍ନା ପୂରାପୂରି ମନା କରି ଦେଇଛନ୍ତି। ଗତ ୭ ତାରିଖରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି କୋର୍ଟରେ କହିଥିଲେ ଯେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ରାଜନେତାଙ୍କ ପାଇଁ ଏକ ଅଲଗା ଶ୍ରେଣୀ ସୃଷ୍ଟି କରିବା ପରି ହେବ।

Leave A Reply

Your email address will not be published.