ପେଟ୍ରୋଲ, ଡିଜେଲ ଓ ଅତ୍ୟବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ନିଆରା ପ୍ରତିବାଦ, ସାଇକେରେ ବସି ବାହାହେବାକୁ ଗଲା ବର

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଦିନକୁ ଦିନ ବୃଦ୍ଧି ପାଉଛି ପେଟ୍ରୋଲ, ଡିଜେଲ ଓ ଅତ୍ୟବଶ୍ୟକୀୟ ସାମଗ୍ରୀର ଦର । ଏନେଇ ସବୁ ବର୍ଗର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତେ ଏହାର ପ୍ରତିବାଦ କରୁଥିବା ବେଳେ ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳର ଶୁଭ୍ରାଂଶୁ ସାମଲ ଭିନ୍ନ ଡଙ୍ଗରେ ଏହାର ପ୍ରତିବାର କରିବାର ପରିକଳ୍ପନା କଲେ । ଆଉ ନିଷ୍ପତି ନେଲେ ନିଜ ବାହାଘରରେ ଫୁଲ ସଜା ଦାମୀ ଗାଡ଼ିରେ ନୁହଁ ବରଂ ସାଇକେଲରେ ଯିବେ ବିବାହ ମଣ୍ଡପ । ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ତାହା ମଧ୍ୟ ହେଲା, ଶୁଭ୍ରାଂଶୁ ବର ବେଶରେ ସଜେଇ ହେଲେ । ସାଙ୍ଗ- ସାଥୀ ପ୍ରିୟ ପରିଜନ ମଧ୍ୟ ବରଯାତ୍ରୀ ଯିବାକୁ ଶୁଭ୍ରାଂଶୁର ଘର ପାଖରେ ପହଂଚିଗଲେ । ବର ବେଶରେ ଏକ ସାଇକେଲରେ କନିଆ ଘର ଅଭିମୁଖେ ବାହାରିଲେ ଶୁଭ୍ରାଶୁଂ। ପ୍ରୋସେସନରେ ଶୁଭ୍ରାଂଶୁଙ୍କ ସାଙ୍ଗସାଥି ଓ ସମ୍ପର୍କୀୟମାନେ ଚାଲି ଚାଲି ଚାଲି ଗଲେ ବିବାହ ମଣ୍ଡପ।

ବାହାଘର ପ୍ରସେସନରେ ଯାହା ଯାହା ରହିବା ଦରକାର ତାହା ତ ଏଥିରେ ନିଶ୍ଚିତ ଅଛି । ବର.. ବରଯାତ୍ରୀ.. ଡିଜେ.. ରୋଶଣୀ ସବୁ ମାଣ୍ଡାଟରୀ ଠିକ୍ ଥିଲାପରି ମନେହେଉଛି । ରଂଗବେରଂଗର ଆଲୋକମାଳା ଓ ଡ଼ିଜେ ଗୀତରେ ଫାଟିପଡ଼ୁଛି ପରିବେଶ । ଖାଲି ଯାହା ସାମାନ୍ୟ ବ୍ୟତିକ୍ରମଟେ ଅଛି । ବର ଗାଡ଼ି କି ଘୋଡ଼ା ବଦଳେ ସାଇକେଲରେ ବସି ଯାଉଛି ବିବାହ ମଣ୍ଡପ । ସବୁଠୁ ବଡ଼ କଥା ହେଉଛି ଏହା ଦେଖି ବେଶି ଖୁସି ହୋଇଛନ୍ତି କନିଆଘର ପକ୍ଷ । ଶେଷରେ ବର ପହଂଚିଲେ ପୁରୀ ରୋଡ୍ ସ୍ଥିତ ବିବାହ ମଣ୍ଡପରେ । ରୀତିନୀତି ଅନୁଯାୟୀ ବିବାହ କାର‌୍ୟ୍ୟକ୍ରମ ମଧ୍ୟ ଶେଷ ହେଲା । ନିଜ ବିବାହ ସମୟରେ ଏଭଳି ନିଆରା ପ୍ରତିବାଦ କରି ଖାଲି ରାଜଧାନୀ ନୁହଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ଶୁଭ୍ରାଶୁଂ । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଏଭଳି ବିବାହକୁ ବେଶ ପସନ୍ଦ କରିଛନ୍ତି ସାଧାରଣ ଲୋକେ।

Leave A Reply

Your email address will not be published.