କଟକ ଷଷ୍ଠ ବାଟାଲିୟନ ପରିସରରେ ପାଳିତ ହେଲା ୮୭ ତମ ରାଜ୍ୟ ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ପୋଲିସ ଡିଜି ସୁନୀଲ ଵଂଶଲ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କଟକ ଷଷ୍ଠ ବାଟାଲିୟନ ପରିସର ରେ ୮୭ ତମ ରାଜ୍ୟ ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ପୋଲିସ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ପୋଲିସ ଡିଜି ସୁନୀଲ ଵଂଶଲ ଯୋଗ ଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଉତ୍ସର୍ଗୀକୃତ ସେବା ଯୋଗାଇ ଥିବା ପୋଲିସ କର୍ମଚାରୀ ଓ ଆଜିର ପ୍ୟାରେଡ଼ରେ ଉତ୍କୃଷ୍ଟ ପ୍ୟାରେଡ଼ କରିଥିବା ଦୁଇଟି ପ୍ୟାରେଡ଼ ପ୍ଲାଟୁନକୁ ସମ୍ବର୍ଦ୍ଧିତ କରିଥିଲେ।୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ସହ ଓଡିଶା ପୋଲିସର ପ୍ରତିଷ୍ଠା ହୋଇଥିଲା। ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା।

୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଷଷ୍ଠ ବାଟାଲିୟନ ପରିସରରେ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ ପୋଲିସ ପ୍ୟାରେଡ଼। ଏହି ପ୍ୟାରେଡ଼ରେ ୧୦ ଟି ପୋଲିସ ପ୍ଲାଟୁନ ଭାଗ ନେଇଥିଲେ।୨୦୨୧ ମସିହାରେ ଓଡିଶା ପୋଲିସରେ କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବା ପୋଲିସ ଅଧିକାରୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଓଡିଶା ପୋଲିସରେ ଏବେ ୭୨ ହଜାର ୧୪୫ କର୍ମଚାରୀ ଥିବା ବେଳେ ସେଥିମଧ୍ୟରୁ ଏକ ତୃତୀୟାଂଶ ମହିଳା ଅଛନ୍ତି।

Leave A Reply

Your email address will not be published.