୮୯ତମ ଓଡିଶା ଦିବସ -୨୦୨୪ ମହାସମାରୋହ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ୮୯ତମ ଓଡିଶା ଦିବସ -୨୦୨୪ ମହାସମାରୋହ ପାଳିତ | ଆଜି ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ୮୯ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି |

ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା | ପ୍ରାତଃ ୦୭ ଘଟିକା ସମୟରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଅନ୍ୟାନ୍ୟ ଅଧିକାରୀ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କ ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

ଏହାପରେ ପୂର୍ବାହ୍ନ ୦୯ ଘଟିକା ସମୟରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ ଓ ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ ଯୋଗ ଦେଇଥିଲେ |

Leave A Reply

Your email address will not be published.