ଜେଡି ସିନେମା ହଲ ଛକ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜେଡି ସିନେମା ହଲ ଛକ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ଜଣେ ସାମାନ୍ୟ ଆହତ | ସୂଚନା ଅନୁସାରେ ଆଜି ଅର୍ଥାତ ଶନିବାର ଅପରାହ୍ନ ୨.୪୫ ସମୟରେ ବାରିପଦା ସହରର ଜେଡି ସିନେମା ହଲ ଛକ ନିକଟରେ ଭାରସ୍ୟାମ ହରାଇ ଏକ ଅଟୋ ଓଲଟିଲା ପଡିଥିଲା।

ଏଥିରେ ଜଣେ ସାମାନ୍ୟ ଆହତ ହୋଇଥିବାର ସୂଚନା ମିଳିଛି। ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଶିରିଶବଣୀ ଅଞ୍ଚଳର ୫୫ ବର୍ଷୀୟା ରଘୁନାଥ ବେସ୍ରା ନାମକ ଜଣେ ବ୍ୟକ୍ତି ୫ ଜଣ ପ୍ୟାସେଞ୍ଜର ଧରି ବାରିପଦାକୁ ବ୍ୟାଙ୍କ କାମରେ ଆସି ଫେରୁଥିବା ସମୟରେ ଜେଡି ସିନେମା ହଲ ଛକ ନିକଟରେ ଥିବା ହମସ୍ ହଠାତ୍ ଦେଖି ରଘୁନାଥ ବ୍ରେକ ମାରିଥିଲେ ସୁଦ୍ଧା ବ୍ରେକ ଧରି ନଥିଲା ଫଳରେ ଭାରସ୍ୟାମ ହରାଇ ଅଟୋ ଟି ଓଲଟିଲା ପଡିଥିଲା।

ଭାଗ୍ୟ ବସତ ଏହି ଦୁର୍ଘଟଣା ରେ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିବା ସହିତ ଅଟୋଟିକୁ ରାସ୍ତା ମଝିରୁ ଉଠାଇ ରାସ୍ତା କଡରେ ଠିଆ କରିଥିବାର ସୂଚନା ମିଳିଛି।

Leave A Reply

Your email address will not be published.