ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ୩ ବିଜେଡି ପ୍ରାର୍ଥୀ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ୩ ବିଜେଡି ପ୍ରାର୍ଥୀ। ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ୧୧ ଟାରୁ ୩ ପର‌୍ୟ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ରହିଥିଲା । ଅବଧି ସମୟ ଶେଷ ହେବା ପରେ ୩ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ବିଜେପି କି କଂଗ୍ରେସ କେହି ପ୍ରାର୍ଥୀ ଦେଇନଥିଲେ।

Leave A Reply

Your email address will not be published.