ଚାଇନାରେ ୩୦୦ କିଲୋମିଟର ବେଗରେ ଚାଲୁଥିବା ବୁଲେଟ୍ ଟ୍ରେନ୍ ଲାଇନଚ୍ୟୁତ; ଡ୍ରାଇଭରଙ୍କର ମୃତ୍ୟୁ, ଅନେକ ଆହତ

0

ଚାଇନାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଗୁଇଜୋ ପ୍ରଦେଶରେ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଚାଲୁଥିବା ବୁଲେଟ୍ ଟ୍ରେନର ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଛି | ଏହି ଦୁର୍ଘଟଣାରେ ଟ୍ରେନ ଚଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ବୁଲେଟ୍ ଟ୍ରେନ୍ ଚୀନ୍‌ର ଦକ୍ଷିଣ-ପଶ୍ଚିମ ପ୍ରଦେଶ ଗୁଆୟାଙ୍ଗରୁ ଦକ୍ଷିଣ ଗୁଆଙ୍ଗଜୋ ପ୍ରଦେଶ ଆଡକୁ ଯାଉଥିଲା। ଶନିବାର ସକାଳ 10.30 ସମୟରେ ଗୁଇଜୋଉର ଏକ ଷ୍ଟେସନରେ ଏକ ଭୂସ୍ଖଳନ ଯୋଗୁଁ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା ଯାହା ଫଳରେ ଟ୍ରେନ ଚଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଚୀନ୍‌ର ସ୍ଥାନୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଶନିବାର ଏକ ଟ୍ୱିଟରେ ଏହି ସୂଚନା ଦେଇଛି।

ସୂଚନାନୁସାରେ, ଟ୍ରେନଟି ୟୁଜାଇ ଟନେଲର ପ୍ରବେଶ ପଥରେ ପହଞ୍ଚିବା ପରେ ଟ୍ରେନର ସପ୍ତମ ଏବଂ ଅଷ୍ଟମ କୋଚ୍ ଖସିପଡିଥିଲା। ସମସ୍ତ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି ଏବଂ ଅନ୍ୟ ୧୩୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି।

ତେବେ ପୂର୍ବରୁ ମଧ୍ୟ ଚାଇନାର ହୁନାନ ପ୍ରଦେଶରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ରେଳବାଇ ପୋଲିସର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ୧୨୩ ଜଣ ସାମାନ୍ୟ ଆହତ ହୋଇଥିଲେ। ଏହା ପରେ ମଧ୍ୟ ଲଗାତାର ବର୍ଷା ଓ ଭୂସ୍ଖଳନ ହେତୁ ଏହି ଦୁର୍ଘଟଣାର କାରଣ ହୋଇଥିଲା।

Leave A Reply

Your email address will not be published.