ପୁଷ୍ପାରାଜ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାହିଁକି…

0

ହାଇଦ୍ରାବାଦ( ଓଡ଼ିଆ ନ୍ୟୁଜ୍): ପୁଷ୍ପାରାଜଙ୍କ ପିଛା ଛାଡୁନି ବିବାଦ। ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଦକ୍ଷିଣ ଭାରତୀୟ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ନାଁରେ ହାଇଦ୍ରାବାଦ ଅମ୍ବରପେଟ ଥାନାରେ ମାମଲା ରୁଜୁ କରିଛନ୍ତି ସାମାଜିକ କର୍ମୀ ଉପେନ୍ଦ୍ର ରେଡ୍ଡୀ । ଏକ ବିଜ୍ଞାପନରେ ଆଲ୍ଲୁ ଭୁଲ ତଥ୍ୟ ଉପସ୍ଥାପନା କରିଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ।ସେ ଯେଉଁ ଶିକ୍ଷାନୁଷ୍ଠାନ ପାଇଁ ବିଜ୍ଞାପନ କରିଥିଲେ ତା ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଭୁଲ ତଥ୍ୟ ଆଧାରରେ ବିଜ୍ଞାପନ କରି ପୁଷ୍ପାରାଜ ଦର୍ଶକଙ୍କୁ ଭ୍ରମିତ କରୁଛନ୍ତି । ଏହା ଏକ ଶିକ୍ଷାନୁଷ୍ଠାନର ବିଜ୍ଞାପନ ହୋଇଥିବାରୁ ଏହାର ପ୍ରଭାବ ଉଭୟ ଅଭିଭାବକ ଓ ପିଲାମାନଙ୍କ ଉପରେ ପଡିବ ବୋଲି ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ପୂର୍ବରୁ ମଧ୍ୟ ଏକ ଖାଦ୍ୟ ଡେଲିଭରି ଆପ ଓ ବାଇକ ଆପର ବିଜ୍ଞାପନ କରି ବିବାଦରେ ଛନ୍ଦି ହୋଇଥିଲେ ପୁଷ୍ପାରାଜ । 

Leave A Reply

Your email address will not be published.