ଶାରୁଖଙ୍କ ପୁଅ ପରେ ଏବେ ଡ୍ରଗ୍ସ ମାମଲାରେ ଛନ୍ଦିହେଲେ ଶକ୍ତି କପୁରଙ୍କ ପୁଅ

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ବଲିଉଡ ପିଛା ଛାଡୁନି ଡ୍ରଗ୍ସ ମାମଲା । ଶାରୁଖ ଖାନ୍‌ଙ୍କ ପୁଅ ଆର‌୍ୟ୍ୟନ୍ ଖାନ୍ ପରେ ଏବେ ଶକ୍ତି କପୁରଙ୍କ ପୁଅ ସିଦ୍ଧାର୍ଥ କପୁରଙ୍କ ନାଁ ଡ୍ରଗ୍ସ ମାମାଲାରେ ଯୋଡ଼ି ହୋଇଛି। ଡ୍ରଗ୍ସ ନେବା ମାମଲାରେ ଶିଦ୍ଧାନ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।

ସୂଚନାଯୋଗ୍ୟ, ରବିବାର ରାତିରେ ବେଙ୍ଗାଲୁରୁ ପୋଲିସ ଏମଜି ରୋଡ ସ୍ଥିତ ଏକ ୫ ତାରକା ବିଶିଷ୍ଟ ହୋଟେଲରେ ଚଢାଉ କରିଥିଲା । ଯେଉଁଠି ଡ୍ରଗ୍ସ ପାର୍ଟି ଚାଲିଥିଲା। ପାର୍ଟିରେ ସାମିଲ ଥିବା ୩୫ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସିଦ୍ଧାନ୍ତ କପୁରଙ୍କ ସମେତ ୫ଜଣ ରିପୋର୍ଟ ପଜିଟିଭ୍ ଆସିଥିଲେ । ଏ ସମସ୍ତଙ୍କୁ ଏବେ ଅଟକ ରଖି ଅଧିକ ପଚରାଉଚରା କରୁଛି ବେଙ୍ଗାଲୁରୁ ପୋଲିସ । ତେବେ ଏକଥାକୁ ସମ୍ପୂର୍ଣ୍ଣ ଅସ୍ୱକାର କରିଛନ୍ତି ସିଦ୍ଧାର୍ଥଙ୍କ ବାପା ଶକ୍ତି କପୁର।

Leave A Reply

Your email address will not be published.