ରାଷ୍ଟ୍ରପତି ନିର୍ବାଚନରେ କାହିଁକି ବ୍ୟବହାର ହୁଏନି EVM : ଜାଣନ୍ତୁ କାରଣ ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା । କିଏ ହେବ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ, କାହାକୁ ପ୍ରାର୍ଥୀ କରିବେ ବିରୋଧୀ, ତାକୁ ନେଇ ଲାଗି ରହିଛି ସସପେନ୍ସ । ତେବେ ଏହାରି ଭିତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ଏମିତି ଅନେକ କିଛି ଘଟଣା ଥାଏ, ହୁଏତ ତାହା ଆବଣ ଜାଣି ନଥିବେ । ଆପଣ ଜାଣନ୍ତି କି ରାଷ୍ଟ୍ରପତି ପଦ ପାଇଁ ଭୋଟ୍ କିପରି କରାଯାଏ ଏବଂ ଏଥିରେ ଇଭିଏମ୍ ଯଥା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହୃତ ହୁଏ କି ନାହିଁ ? ଚାରିଟି ଲୋକସଭା ନିର୍ବାଚନରେ ଓ ୨୦୦୪ ପରଠାରୁ ୧୨୭ ଟି ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ) କାହିଁକି ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭା ସଦସ୍ୟ ତଥା ବିଧାନ ପରିଷଦ ସଦସ୍ୟଙ୍କ ନିର୍ବାଚନରେ ବ୍ୟବହୃତ ହୁଏ ନାହିଁ ? ଋଠଗ ଯଥା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏକ ଟେକ୍ନୋଲୋଜି ଉପରେ ଆଧାରିତ, ଯାହା ଲୋକସଭା ଓ ରାଜ୍ୟର ପ୍ରତ୍ୟକ୍ଷ ନିର୍ବାଚନରେ ଭୋଟ୍ ବାହକ ଭାବରେ କାର୍ୟ୍ୟ କରିଥାଏ । ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ଥିବା ବଟନ୍ ଦବାନ୍ତି ଓ ଯିଏ ଅଧିକ ଭୋଟ୍ ଗ୍ରହଣ କରନ୍ତି ତାଙ୍କୁ ନିର୍ବାଚିତ ଘୋଷିତ କରାଯାଏ । ହେଲେ ରାଷ୍ଟ୍ରପତ ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାର କାରଣ କ’ଣ ଜାଣନ୍ତୁ ।

ରାଷ୍ଟ୍ରପତି ନିର୍ବାଚନ ବାକି ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ନିର୍ବାଚନରେ ଭୋଟ୍ ଗୁଡିକ ଏକକ ଭୋଟ୍ ମୂଲ୍ୟ ଦ୍ୱାରା ଗଣନା କରାଯାଏ, ଏକକ ସ୍ଥାନାନ୍ତରିତ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

ଅଧିକାରୀମାନେ କହିଛନ୍ତି ଯେ ଏହି ଭୋଟ୍ ପଦ୍ଧତିକୁ ରେକର୍ଡ କରିବା ପାଇଁ ଇଭିଏମ୍ ଡିଜାଇନ୍ କରାଯାଇ ନାହିଁ । ଇଭିଏମ୍ ଗୁଡିକ ଭୋଟର ବାହକ ଓ ଆନୁପାତିକ ଉପସ୍ଥାପନା ପ୍ରଣାଳୀ ଅଧୀନରେ ମେସିନ୍ କୁ ପସନ୍ଦକୁ ଆଧାର କରି ଭୋଟ୍ ଗଣିବାକୁ ପଡିବ ଓ ଏଥିପାଇଁ ସମ୍ପୂର୍ଣ୍ଣ ଭିନ୍ନ ଟେକ୍ନୋଲୋଜି ଆବଶ୍ୟକ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏକ ଭିନ୍ନ ପ୍ରକାରର ଇଭିଏମ୍ ଆବଶ୍ୟକ ହେବ ।

ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଅନୁଯାୟୀ ହାଇଦ୍ରାବାଦକୁ ୧୯୭୭ ମସିହାରେ ନିର୍ବାଚନ ଆୟୋଗରେ ବିଚାର କରାଯିବା ପରେ ଏହାର ପରିକଳ୍ପନା ଓ ବିକାଶର ଦାୟିତ୍ବ ଦିଆଯାଇଥିଲା । ୧୯୭୯ ରେ ଇଭିଏମ୍ ର ପ୍ରୋଟୋଟାଇପ୍ ବିକଶିତ ହୋଇଥିଲା, ଯାହାକି ନିର୍ବାଚନ ଆୟୋଗ ଦ୍ୱାରା ୬ ଅଗଷ୍ଟ ୧୯୮୦ ରେ ରାଜନୈତିକ ଦଳର ପ୍ରତିନିଧୀଙ୍କ ନିକଟରେ ପ୍ରଦର୍ଶିତ ହୋଇଥିଲା ।

ତେବେ ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ। ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨୯ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥି। ଜୁନ ୩୦ରେ ନାମାଙ୍କନ ଯାଞ୍ଚ ହେବ। ଜୁଲାଇ ୨ ପର୍ୟ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁଲାଇ ୨୧ରେ ଭୋଟ ଗଣତି ହେବ। ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.