ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୦୨୦ ଜୁନ୍ ୧୪ ଏହି ଦିନକୁ କେହି ଭୁଲି ନଥିବେ । ଠିକ୍ ଦୁଇ ବର୍ଷ ପୂର୍ବେ ଆଜି, ଏହି ଦିନ ବଲିଉଡ ଜଗତରେ ଖେଳିଯାଇଥିଲା ଶୋକର ଛାୟା । କାରଣ ଆଜି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଥିଲା । ଦେଖୁ ଦେଖୁ ସୁଶାନ୍ତ ଙ୍କ ଦେହାନ୍ତ ହେବାର ୨ ବର୍ଷ ବିତିଗଲାଣି । ତଥାପି ସୁଶାନ୍ତଙ୍କ ପରିବାର ଏବଂ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଆଜି ପର୍ୟ୍ୟନ୍ତ ତାଙ୍କୁ ଭୁଲି ନାହାନ୍ତି ।
ଆଜି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦ୍ବିତୀୟ ମୃତ୍ୟୁ ବାର୍ଷିକୀ । ସୁଶାନ୍ତଙ୍କ ମୃତ୍ୟୁ ବାର୍ଷିକୀ ଆବସରରେ ପ୍ରେମିକା ରେହା ଚର୍କବ୍ରର୍ତ୍ତୀ ସୁଶାନ୍ତଙ୍କୁ ମନେ ପକାଇ ତାଙ୍କର କିଛି ଫୋଟ ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର୍ କରି ଲେଖିଛନ୍ତି,‘ତୁମେ ସବୁଦିନେ ମନେ ପଡୁଛ’ । ଏହି ଫୋଟ ଏନେକ ପ୍ରଶଂସକ ଲାଇକ୍ କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି ।
ସୂଚନାନୁସାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ରହସ୍ୟଠାରୁ କମ୍ ନୁହେଁ, ଯେଉଁଥିରୁ ପରଦା ଏ ପର୍ଯ୍ୟନ୍ତ ହଟିନାହିଁ । ତଥାପି, ତାଙ୍କ ପରିବାର ଏବଂ ପ୍ରିୟଜନମାନେ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ଜ୍ଝ ସୁଶାନ୍ତଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିରେ ବହୁତ କ୍ଷତି ହୋଇଥିଲା । ୧୪ ଜୁନ୍ ୨୦୨୦ ରେ, ସୁଶାନ୍ତଙ୍କୁ ତାଙ୍କ ଫ୍ଲାଟରେ ମୃତଦେହ ମିଳିଥିଲା । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତ ରିପୋର୍ଟ ପ୍ରକାଶ କରିଥିଲା। କିନ୍ତୁ ମୁମ୍ବାଇ ପୁଲିସର ଏ ତଦନ୍ତ ରିପୋର୍ଟକୁ ସୁଶାନ୍ତଙ୍କ ପରିବାର ଗ୍ରହଣ କରିପାରି ନଥିଲା। ଏପଟେ ସୁଶାନ୍ତ ମୃତ୍ୟୁପରେ ରିୟା ଚକ୍ରବର୍ତ୍ତି ବିବାଦଘେରକୁ ଆସିଥିଲେ । ଏମିତିକି ତାଙ୍କୁ ପୋଲିସ କିଛି ଦିନ ପାଇଁ ହେପାଜତରେ ରଖିଥିଲା । ହେଲେ କିଛି ଠୋସ୍ ପ୍ରମାଣ ନ ମିଳିବାରୁ ତାଙ୍କୁ ପୋଲିସ ଛାଡି ଦେଇଥିଲା ।