ଟ୍ରେନ୍ ବଗିରେ କାହିଁକି ଲେଖା ହୋଇଥାଏ ୫ ଡିଜିଟର ଏହି କୋଡ୍: ଜାଣନ୍ତୁ ଏହା ପଛର କାରଣ ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ରେ ଯାତ୍ରା କରୁଛନ୍ତି । ହେଲେ ଯାତ୍ରା କରିବା ସମୟରେ ଆପଣ କେବେ ଲକ୍ଷ ରଖିଛନ୍ତି ଟେନ୍ ରେ ପ୍ରତ୍ୟେକ ବଗିରେ ୫ ଆଙ୍କ ବିଶିଷ୍ଟ ଏକ ସଂଖ୍ୟା ଲେଖାଯାଇଥାଏ । ଟ୍ରେନର ବଗି ଉପରେ ଲେଖାଯାଇଥାବା ଏହି ସଂଖ୍ୟା ବହୁତ ଖାସ୍ ହୋଇଥାଏ । ରେଳବାଇର ନିୟମ ଅନୁଯାୟୀ ଏହି ୫ ନମ୍ବରରେ ବଗି ସମ୍ପର୍କିତ ଜଡିତ ଅନେକ ଖାସ୍ ସୂଚନା ଲୁଚି ରହିଥାଏ ଯାହା ଆପଣ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଏସମ୍ପର୍କରେ…….

ଟ୍ରେନର ପ୍ରତ୍ୟେକ ବଗି ବାହାରେ ଲେଖାଯାଇଥିବା ଏହି ପାଞ୍ଚ ଡିଜିଟ୍ ନମ୍ବର ଦ୍ୱାରା ଏହି ବଗିଟି କେବେ ତିଆରି ହେଲା, କେଉଁ ପ୍ରକାରର ବଗି ତାହା ବିଷୟରେ ସୂଚନା ଦେଇଥାଏ । ୫ ଡିଜିଟର ପ୍ରଥମ ୨ଟି ନମ୍ବର ସୂଚାଏ ଯେ ଏହା କେବେ ନିର୍ମାଣ ହୋଇଥିଲା ଏବଂ ଶେଷ ୩ ଡିଜିଟ୍ ନମ୍ବର ଏହି ବଗିର କାଟାଗୋରୀ ସମ୍ପର୍କରେ ଜଣାଇଥାଏ ।

ଅର୍ଥାତ୍ ଯଦି ଟ୍ରେନର କୌଣସି ବଗିରେ ଲେଖା ହୋଇଛି ୧୩୩୨୮ ତେବେ ଏହାକୁ ପ୍ରଥମେ ଏହାକୁ ଦୁଇଭାଗ କରି ପଢନ୍ତୁ । ପ୍ରଥମ ୨ଟି ନମ୍ବର ଜଣାଉଛି ଯେ ଏହି ବଗିଟି ୨୦୧୩ରେ ପ୍ରସ୍ତୁତ ହୋଇଥିଲା । ଯଦି ୯୮୩୯୭ ଲେଖା ହୋଇଥିବ ତେବେ ଜାଣନ୍ତୁ କି ଏହି ବଗିଟି ୧୯୯୮ ମସିହାରେ ପ୍ରସ୍ତୁତ ହୋଇଥିଲା ।

୫ ଡିଜିଟର ଶେଷ ୩ ନମ୍ବର ସେହି ବଗିର କାଟାଗୋରୀକୁ ଜଣାଇଥାଏ । ଯେମିତିକି ପ୍ରଥମ କେସରେ (୧୩୩୨୮)ରେ ଏହି ବଗି ଜେନେରାଲ୍ କାଟାଗୋରୀ ଏବଂ ଦ୍ୱିତୀୟ କେସରେ(୯୮୩୯୭) ଏହି ବଗି ସ୍ଲିପର କ୍ଲାସର । ଯଦି ଆପଣ ଏହି ବିସ୍ତୃତ ଭାବେ ବୁଝିବାକୁ ଚାହୁଁଛନ୍ତି ତେବେ ଏହି ଚାର୍ଟକୁ ଦେଖନ୍ତୁ ।

001-025 : AC First class
026-050 : Composite 1AC + AC-2T
051-100 : AC-2T
101-150 : AC-3T
151-200 : CC (AC Chair Car)
201-400 : SL (2nd Class Sleeper)
401-600 : GS (General 2nd Class)
601-700 : 2S (2nd Class Sitting/Jan Shatabdi Chair Class)
701-800 : Sitting Cum luggage Rake
801 + : Pantry Car, Generator or Mail

ଏବେ ଆପଣ ବୁଝିପାରୁଥିବେ ଯେ କାହିଁକି ଟ୍ରେନର ଡବାରେ ୫ ଡିଜିଟର ନମ୍ବର ଲେଖାଯାଇଥାଏ । ଏବେ ଆପଣ ଯେବେ ବି ଟ୍ରେନରେ ଯାତ୍ରା କରିବେ ଆପଣ ବଗିର ବାହାର ପଟେ ଲେଖା ହୋଇଥିବା ନମ୍ବରକୁ ଦେଖି ସହଜରେ ବୁଝିପାରିବେ କି ଏହା କେଉଁ କ୍ଲାସର ବଗି ଏବଂ ଏହା କେବେ ନିର୍ମାଣ କରାଯାଇଥିଲା ।

Leave A Reply

Your email address will not be published.