କରୋନା ଯୋଗୁଁ ମୋର ମେମୋରି ଉଡ଼ିଯାଇଛି, କାହିଁକି ଏମିତି କହିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ, ଜାଣନ୍ତୁ..

0

ନୂଆଦିଲ୍ଲୀ( ଓଡ଼ିଆ ନ୍ୟୁଜ୍‌) : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ପରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) । ଜେରା ବେଳେ ଜୈନ ୍ର ଏମିତି କିଛି କହିଲେ ଯାହା ଶୁଣି ତାଜୁବ୍ ହୋଇଯାଇଛି ଇଡି । ଇଡି ପକ୍ଷରୁ ତାଙ୍କୁ କେତେକ କାଗଜପତ୍ର ସମ୍ପର୍କରେ ପଚରା ଯାଇଥିଲା, ଉତ୍ତରରେ ସେ କହିଛନ୍ତି କରୋନା ଯୋଗୁଁ ମୋର ମେମୋରି ଉଡ଼ିଯାଇଛି, ସେଥିପାଇଁ ତାଙ୍କର ଆଉ କିଛି ମନେ ନାହିଁ ।

ସୂଚନା ଯୋଗ୍ୟ, ଆୟଠାରୁ ଅଧିକ ସମ୍ପତ୍ତି ଜବତ ଓ ମନି ଲଣ୍ଡ୍ରିଙ୍ଗ (ବେଆଇନ ଅର୍ଥ କାରବାର) ଅଭିଯୋଗରେ ଗତ ମେ ୩୦ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହା ସହିତ ଇଡି ପକ୍ଷରୁ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିଲା । ଏହା ସହିତ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା।

Leave A Reply

Your email address will not be published.