ଦ୍ରୌପଦୀଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଦ୍ରୌଦୀଙ୍କୁ ସମର୍ଥନ ଦେବ ବିଜେଡି । ଟ୍ୱିଟ୍ କରି ସୂୂଚନା ଦେଲେ ବିଜେଡି ସ୍ରୁିମୋ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ସମସ୍ତ ବିଧାୟକଙ୍କୁ ସମର୍ଥନ ମାଗିଛନ୍ତି । ଦେଶର ସର୍ବୋଚ୍ଚ ପଦରେ ଓଡିଆ ଝିଅଙ୍କୁ ବସାଇବା ପାଇଁ ସେ ସମସ୍ତ ବିଧାୟକଙ୍କୁ ଅପିଲ କରିଛନ୍ତି ।

କହିରଖୁ କି, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ଆଜି ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇଛନ୍ତି କେନ୍ଦ୍ର ସରକାର । ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।ଦ୍ରୌପଦୀ ମୁର୍ମୁ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ଚେହେରା। ଓଡ଼ିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ କାରଣ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ତେବେ ଆଜି ଭୁବନେଶ୍ୱର ଆସିବାର କାର‌୍ୟ୍ୟକ୍ରମ ଅଛି । ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ସମ୍ଭାବନା ରହିଛି । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ।

Leave A Reply

Your email address will not be published.