ସାମ୍ନାକୁ ମାଡ଼ିଆସିଲା ବିରାଟକାୟ କୁମ୍ଭୀର, ସାହସ ଦେଖାଇ ଫ୍ରାଇଙ୍ଗ ପ୍ୟାନରେ ଗୋଡ଼ାଇଲେ ବୃଦ୍ଧ… ତାପରେ କଣ ହେଲା ଜାଣନ୍ତୁ..

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): କୁମ୍ଭୀର ଦେଖିଲେ କିଏବା ନଡରେ । କୁମ୍ବୀର ଦେଖିଲେ ଯେକେହିବି ଭୟବିତ ହେବା ନିଶ୍ଚିତ । ହେଲେ କୁମ୍ଭୀରକୁ ଏକାକୀ ଜଣେ ଗୋଡ଼େଇବାର ଆପଣ ଦେଖିଛନ୍ତି କି ?  ହଁ ଆଜ୍ଞା କଥାଟି ସତ । ଫ୍ରାଇଙ୍ଗ ପ୍ୟାନରେ ଏକ ବିରାଟକାୟ କୁମ୍ଭୀରକୁ ଗୋଡ଼ାଉଛନ୍ତି ଜଣେ ବୃଦ୍ଧ । ଗୋଟେ ପଟେ କୁମ୍ଭୀରକୁ ଦେଖି ଲୋକେ ଭୟ କରୁଥିବା ବେଳେ ଏହି ବୟସ୍କ ବ୍ୟକ୍ତି ଜଣକ ଏଡି ଅଦମ୍ୟ ସାହସ ଦେଖାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଷ୍ଟ୍ରେଲିଆର ନର୍ଦନ ଟେରିଟୋରିରୁ ଭିଜୁଆଲଟି ସାମ୍ନାକୁ ଆସିଛି । ସେଠାରେ ଥିବା ଏକ ସିସିଟିଭି କ୍ୟାମେରାରେ ଏହା କଏଦ ହୋଇଥିଲା । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଭାଇରଲ ହେଉଥିବା କ୍ଲିପରେ ଆପଣ ଦେଖୁଛନ୍ତି କୁମ୍ଭୀରଟି ଜଣେ ବୟସ୍କ ବୃଦ୍ଧଙ୍କ ଆଡକୁ ମାଡି ଆସୁଛି । ଆଉ ଏହି ସମୟରେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ବୃଦ୍ଧ ଜଣଙ୍କ ନିଜ ହାତରେ ଧରିଥିବା ପ୍ୟାନରେ କୁମ୍ଭୀରକୁ ଘୋଡାଇବାକୁ ଲାଗିଲେ । ଆଉ ଏହା ପରେ ସେହି ଭୟଙ୍କର ଜନ୍ତୁଟି ଭୟକରି ସେଠାରୁ ପଳେଇ ଯାଉଛି । କ୍ଲିପଟିକୁ ନଟଡୋଜା ନାମକ ବ୍ୟକ୍ତି ଟ୍ୱିଟରରେ ସେୟାର କରିଛନ୍ତି । ଏହାକୁ ୨.୬ ମିଲିୟନ ଲୋକ ଦେଖିସାରିଥିବା ବେଳେ ୧ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛନ୍ତି।

Leave A Reply

Your email address will not be published.