ରାଜ୍ୟରେ ଆସିବ ସଂଶୋଧିତ ରିଅଲ ଇଷ୍ଟେଟ ଆଇନ, ହାଇକୋର୍ଟରେ ସତ୍ୟପାଠ ଦାଖଲ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆସିବ ନୂଆ ରେରା ଆଇନ। ଆଗାମୀ ୩ ମାସ ମଧ୍ୟରେ ଆସିବ ଏହି ଆଇନ। ସଂଶୋଧିତ ରିଅଲ ଇଷ୍ଟେଟ ଆଇନ ରାଜ୍ୟରେ ଆସିବ ବୋଲି ହାଇକୋର୍ଟରେ ସତ୍ୟପାଠ। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହେଲା ଏହି ସତ୍ୟପାଠ। ଆପାର୍ଟମେଂଟ ବିକ୍ରୀ ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜିକରଣ ବାଧ୍ୟତାମୂଳକ କରିଥିଲେ ହାଇକୋର୍ଟ।

ଗତ ମେ ୧୨ ରେ ଏ ନେଇ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସେବେଠାରୁ ରାଜ୍ୟରେ ଆପାର୍ଟମେଂଟ ବିକ୍ରୀ ବନ୍ଦ ରହିଛି। ଆଜି ଏ ନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର। ମଧ୍ୟବର୍ତ୍ତୀ ସମୟରେ ଆପାର୍ଟମେଂଟ ବିକ୍ରୀ ପାଇଁ ଅନୁମତି ଦେବାକୁ ବିଲଡର ଆସୋସିଏସନ ପକ୍ଷରୁ ଆବେଦନ। ଏଭଳି ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ।ଅଗଷ୍ଟ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ମୋହିତ ଅଗ୍ରୱାଲ।

Leave A Reply

Your email address will not be published.