ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହିୁ କ୍ରମରେ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ । ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଆଜ୍ଞାମାଳ ବିଜେ ହୋଇଛି। ୩ ବାଡ଼ର ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ବିଜେ କରିଛନ୍ତି। ଆଜ୍ଞାମାଳ ବିଜେ ପରେ ରଥଟଣା ହୋଇ ସିଂହଦ୍ଵାର ସାମ୍ନାକୁ ଆସିବ। ଆଜି ଉଭା ତିଥିରେ ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରାର ତିନ ରଥକୁ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଡାକରା ଆସିଛି। ତିନି ରଥର କଳସ ସ୍ଥାପନ, ସିଂହାସନରେ ଚକା ପଡ଼ିବା, ଧ୍ୱଜା ବନ୍ଧା, ରଥ ଅଳଙ୍କରଣ କାମ ବାକି ରହିଛି ।

ଆସନ୍ତା କାଲି ସକାଳ ୬ରୁ ମଙ୍ଗଳ ଆଳତିରୁ ଗୋପାଳ ବଲ୍ଲଭ, ରଥପ୍ରତିଷ୍ଠା, ମଙ୍ଗଳାର୍ପଣ ବଢ଼ି ସକାଳ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହେବ । ରଥକୁ ମଦନମୋହନ ବିଜେ କରିବା ପରେ ଚିତା ଲାଗି, ବେଶ, ଛେରାପହଁରା ନୀତି, ଚାରମାଳ, ଘୋଡ଼ା, ସାରଥି ଯୋଚାହୋଇ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥ ଟଣା ଅପରାହ୍ଣ ଚାରିଟାରୁ ଆରମ୍ଭ ହେବ ।

Leave A Reply

Your email address will not be published.