ଓଡିଆ ନ୍ୟୁଜ୍(ବ୍ୟୁରୋ); 25 ଲକ୍ଷ ଟଙ୍କା ଲାଞ୍ଚ କାରାବର ଅଭିଯୋଗରେ 4 ଜଣ ଗିରଫ । 4 ଅଭିଯୁକ୍ତ ହେଲେ ପାରାଦ୍ୱୀପ ପୋର୍ଟ ର ଚିପ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ, ଠିକାଦାର ସୁମନ୍ତ ରାଉତ, କେ.ସି.ଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର ଓ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ । ସିବିଆଇ କଟକ, ପାରାଦ୍ୱୀପ, ଭୁବନେଶ୍ୱର, ଜଗତସିଂହପୁର ର 15 ଟି ସ୍ଥାନରେ ଚଢ଼ାଉ କରିଥିଲା ।
CME ସରୋଜ ଦାଶଙ୍କ ବିରୋଧରେ ଲାଞ୍ଚ କାରବାର କରୁଥିବା ମାମାଲ ରୁଜୁ କରିଛି ସିବିଆଇ। ସରୋଜ ନିୟମିତ ଭାବେ ଲାଞ୍ଚ ନେଇ ପୋର୍ଟ କାର୍ଗୋ ଅପରେଟ କରୁଥିବା ଓ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିଲେ । ଅଭିଯୋଗ ହେଉଛି, ଅନଲୋଡିନ କଲାବେଳେ OSLର ପାରାଦୀପ ପୋର୍ଟର କନଭେୟର ବେଲ୍ଟକୁ କ୍ଷତି ହୋଇଥିଲା । ଏହାର ମରାମତି ଅତ୍ୟାଧିକ ବ୍ୟୟବହୁଳ ଥୁଲା ।
ମରାମତି ପାଇଁ ପାରାଦୀପ ପୋର୍ଟର CME ଦୁଇ ମଧ୍ୟସ୍ଥିଙ୍କ ଦ୍ୱାରା 60 ଲକ୍ଷ ଟଙ୍କା ମାଗିଥିଲେ । ଏହି ବାବଦରେ 60 ଲକ୍ଷ ଟଙ୍କା ସରୋଜ OSLକୁ ସୁମନ୍ତଙ୍କ ଜରିଆରେ ମାଗିଥିଲେ ।
ସୁମନ୍ତ କଟକରୁ 25 ଲକ୍ଷ ଟଙ୍କା ନେଇ CMEଙ୍କୁ ଦେବାକୁ ଆଣିଥିଲା, ଓ ସେଥିରୁ ନିଜ ପାଖରେ 10 ଲକ୍ଷ ଟଙ୍କା ରଖିଥିଲେ। ଏହି 10 ଲକ୍ଷ ଏକ ରିଅଲ ଇଷ୍ଟେଟ ପାଇଁ ଆଣିଥିଲା । ଏହି ଟଙ୍କାରେ ଭୁବନେଶ୍ଵରରେ ଏକ ଫ୍ଲାଟ୍ ସରୋଜ ଦାସଙ୍କ ପାଇଁ ବୁକ୍ ହୋଇଥିଲା ।
ସୁମନ୍ତକୁ ଧରିବା ପରେ ତା ପାଖରୁ 5 ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରେ ଯାଂଚ ବେଳେ ଅଧିକ 18 ଲକ୍ଷ 30 ହଜାର ଟଙ୍କା ମିଳିଥିଲା । ଯାଂଚ ସମୟରେ 20 ଲକ୍ଷ 25 ହଜାର ଟଙ୍କା , ଜୁଏଲାରୀ ଓ ଇନଭେଷ୍ଟମେଣ୍ଟ କାଗଜ ଜବତ କରିଥିବା ତଥ୍ୟ ମିଳିଥିଲା ।ସେହିପରି ସୂର୍ଯ୍ୟ ନାରାୟଣ ସାହୁ ଠାରୁ 41 ଲକ୍ଷ ଟଙ୍କା ଜବତ କରିଛି ସିବିଆଇ ।