ବିକ୍ରିହେବ ଲଢୁଆ ବିମାନ ତେଜସ୍ : ମାଲେସିଆକୁ ଅଫର ଦେଲା ଭାରତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିକ୍ରିହେବ ଭାରତର ଲଢୁଆ ବିମାନ । ଏଥିପାଇଁ ମାଲେସିଆକୁ ଅଫର ଦେଇଛି ଭାରତ । ୧୮ଟି ତେଜସ ବିମାନ ବିକ୍ରି କରିବା ପାଇଁ ଭାରତ ମ୍ୟାଲେସିଆକୁ ପ୍ରସ୍ତାବ ଦେଇଛି । ଏ ନେଇ କୌଣସି ଡିଲ୍ ଫାଇନାଲ୍ ହୋଇନାହିଁ । ଉଭୟ ଦେଶ ଭିତରେ ଏ ନେଇ କଥାବାର୍ତ୍ତା ଚାଲିଛି । ଗତ ଫେବୃଆରି ୨୦୧୯ରେ ମାଲେସିଆ ସରକାର ଏଥିପାଇଁ ରିକ୍ବେଷ୍ଟ ଫର ଇନଫର୍ମେସନ ଆହ୍ବାନ କରିଥିଲେ । ଏହାର ଜବାବରେ ଭାରତର ହାଲ୍ ନିଜର ପ୍ରସ୍ତାବ ଦାଖଲ କରିଥିଲା । ଏହାପରେ ଗତ ବର୍ଷ ମାଲେସିଆର ବାୟୁସେନା ପକ୍ଷରୁ ଜାରି ରିକ୍ବେଷ୍ଟ ଫର ପ୍ରପୋଜାଲର ଜବାବରେ ହାଲ ନିଜର ବିଡ୍ ଦାଖଲ କରିଛି । ଆମେରିକା ଛଡ଼ା ଆର୍ଜେଣ୍ଟିନା, ଇଜିପ୍ଟ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ଫିଲିପାଇନ୍ସ ମଧ୍ୟ ଏଲସିଏ ବିମାନ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି ।

ତେଜସ୍ ଭାରତର ସ୍ୱେଦେଶୀ ଯୁଦ୍ଧ ବିମାନ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ ଦ୍ୱାରା ଏହାର ନିର୍ମାଣ କରାଯାଇଛି । ତେଜସ୍ ଏବେ ମାଲେସିଆର ପ୍ରଥମ ପସନ୍ଦ ହୋଇଥିବା ବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ ମଧ୍ୟ ଏଥିପ୍ରତି ନିଜର ରୁଚି ଦେଖାଇ ସାରିଛନ୍ତି । ମାଲେସିଆ ବାୟୁସେନା ନିକଟରେ ଥିବା ଋଷ ନିର୍ମିତ ସୁଖୋଇ-୩୦ ଫାଇଟର ଜେଟ୍ଗୁଡିକ ପୁରୁଣା ହୋଇଯିବାରୁ ଏହାସ୍ଥାନରେ ମାଲେସିଆ ନୂଆ ଯୁଦ୍ଧ ବିମାନ କିଣିବାକୁ ଚାହୁଁଛି। ତେଣୁ ଏହି ଅଫରକୁ ମାଲେସିଆ କେବେ ଗ୍ରହଣ କରୁଛି, ତାହାକୁ ହିଁ ଅପେକ୍ଷା ।

 

Leave A Reply

Your email address will not be published.