ପାକିସ୍ତାନରେ ବନ୍ୟା ବିଭୀଷିକା: ୧୧୦ ଜିଲ୍ଲା ସମ୍ପୂର୍ଣ୍ଣ ଜଳମଗ୍ନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆର୍ଥିକ ସଙ୍କଟ ସାଙ୍ଗକୁ ବନ୍ୟା ବିଭୀଷିକା ପାକିସ୍ତାନର ଅବସ୍ଥାକୁ ଶୋଚନୀୟ କରିଦେଇଛି । ଚଳିତ ବର୍ଷ ପାକିସ୍ତାନରେ ବନ୍ୟା ତାର ସବୁ ରେକର୍ଡ ଭାଙ୍ଗି ଦେଇଛି । ଚଳିତ ବର୍ଷ ପାକିସ୍ତାନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଯାହାକୁ ସାହାଯ୍ୟ କରିବା ପାଇଁ ମିଳିତ ଜାତିସଂଘର ମହାସଚିବ ଆଗେଇ ଆସିଛନ୍ତି । ସୂଚନା ମୁତାବକ ପାକିସ୍ତାନରେ ପହଞ୍ଚିଥିବା ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଭାରତର ପଡୋଶୀ ଦେଶକୁ ସାହାଯ୍ୟ କରିବାକୁ ବିଶ୍ୱକୁ ନିବେଦନ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ମିଳିତ ଜାତିସଂଘର ମହାସଚିବ ପାକିସ୍ତାନରେ ହୋଇଥିବା ଏହି ଭୟଙ୍କର ବନ୍ୟା ପରିସ୍ଥିତି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଉତ୍ତର ପାର୍ବତ୍ୟରେ ରେକର୍ଡ ହୋଇଥିବା ମୌସୁମୀ ବର୍ଷା ଏବଂ ବରଫ ତରଳିବା ଦ୍ୱାରା ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ପାକିସ୍ତାନର ପାୟ ୧୧୦ ଜିଲ୍ଲା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ତେବେ ଏହି ବନ୍ୟାରେ ପ୍ରାୟ ୧,୩୯୧ ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଛନ୍ତି। ସେପଟେ ସାରା ଦେଶରେ ବନ୍ୟା ସ୍ଥିତିକୁ ନେଇ ଦେଶବାସୀ ପାକିସ୍ତାନ ସରକାରଙ୍କୁ ଦାୟୀ କରିଛନ୍ତି । ପାକିସ୍ତାନ ସରକାରଙ୍କ ବିଫଳତା ପାଇଁ ପାକିସ୍ତାନର ଏହି ଅବସ୍ଥା ବୋଲି ସମସ୍ତେ କହୁଛନ୍ତି ।

 

Leave A Reply

Your email address will not be published.