ଆପଣ Black Coffee ପିଉଛନ୍ତି କି ? ଜାଣନ୍ତୁ 6 ଟି ଆଶ୍ଚର୍ଯ୍ୟଜନକ ଲାଭଦାୟକ ପ୍ରକ୍ରିୟା

0

କଳା କଫି ର ଉପକାରିତା ବିଷୟରେ ବହୁତ କମ ଲୋକ ଜାଣିଥିବେ | ଏହା ରକ୍ତଚାପ ହ୍ରାସ କରିବା ସହ ଓଜନ ମଧ୍ୟ୍ୟ ହ୍ରାସ କରିବାରେ ସାହାଯ୍ୟ କରେ | କଳା କଫିରେ ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା ରହିଛି | ଏହା ଆପଣଙ୍କୁ ଦିନସାରା ଶକ୍ତି ଦେଇ ଥିବା ସହ, ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ | କଳା କଫିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ | ସଠିକ୍ ଉପାୟରେ ଏବଂ ସଠିକ୍ ପରିମାଣରେ କଳା କଫି ପିଇଲେ, ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ | ଚାଲନ୍ତୁ ଜାଣିବା କଳା କଫି କିପରି ଲାଭ ଦାୟକ ହୋଇ ପାରେ:

1. ଓଜନ ହ୍ରାସ କରିବାରେ ସାହାଯ୍ୟ କରେ |

କଫି ଶରୀର କୁ ଶକ୍ତି ଯୋଗାଇଥାଏ , କାମ କରିବା କିମ୍ଵା ବାୟାମ କରିବା ପୂର୍ବରୁ କଫି ପିଇବା ଦ୍ୱାରା ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ଶକ୍ତି ମିଳିଥାଏ | ତେଣୁ, ଅଧିକ ପରିଶ୍ରମ ଦ୍ୱାରା ଓଜନ ହ୍ରାସ ହୋଇଥାଏ | ଏହା ମୋଟାବୋଲାଜିଅମ୍ ବଢାଏ ଏବଂ ପେଟର ଚର୍ବି କମେଇବାରେ ସାହାଯ୍ୟ କରେ |

2. ମାନସିକ ଚାପ (stress) ହ୍ରାସ କରେ |

ଆଜିକା ସମୟରେ, ମାନସିକ ଚିନ୍ତା ବା stressful ଜୀବନ କୁ ପରିଚାଳନା (manage) କରିବା ବହୁତ କଷ୍ଟକର |ସମସ୍ତେ କାର୍ଯ୍ୟରତ ଏବଂ ସୁସ୍ଥ ଜୀବନ ଜାପାନ ପାଇଁ ସଂଘର୍ଷ କରୁଛନ୍ତି | ମାତ୍ର ଏହି କାର୍ଯ୍ୟରତ ମଧ୍ୟରେ ଯେତେବେଳେ ଜଣେ କଳା କଫି ପିଏ, ତାକୁ relax ବା ସନ୍ତୋଷ ମିଳିଥାଏ | ପ୍ରତିଦିନ ଅଳ୍ପ ପରିମାଣର କଳା କଫି ପିଇଲେ, ମନକୁ ସନ୍ତୋଷ ଏବଂ ଆପଣଙ୍କୁ ଶକ୍ତି ମିଳିଥାଏ | ଏହା ସ୍ନାୟୁ ପ୍ରଣାଳୀକୁ ଉତ୍ସାହିତ କରିଥାଏ ଏବଂ ଖୁସି ହରମୋନ୍ ଉତ୍ପାଦନ କରିଥାଏ |

3. ସ୍ମରଣଶକ୍ତି ବଢ଼ାଇ ଥାଏ |


ସକାଳେ ଏକ କପ୍ କଳା କଫି ଆପଣଙ୍କ ସ୍ମରଣ ଶକ୍ତି ଏବଂ ମସ୍ତିଷ୍କ କାର୍ଯ୍ୟ ଦକ୍ଷତାକୁ ବଢ଼ାଇ ଥାଏ | ଏହା ସ୍ନାୟୁ ଏବଂ ମସ୍ତିଷ୍କକୁ ସକ୍ରିୟ ରହିବାରେ ସାହାଯ୍ୟ କରେ ଏବଂ ତେଣୁ ମାନସିକ ବିକୃତି ହବାର ଆଶଙ୍କା ହ୍ରାସ କରେ |

4. ପ୍ରଚୁର ପରିମାତ୍ର ରେ ପୁଷ୍ଟିସାର ଥାଏ |
ଆଣ୍ଟିଅକ୍ସିଡାଣ୍ଟର ଏକ ବଡ଼ ମାଧ୍ୟମ, କଳା କଫି ଭିଟାମିନ୍ B2, B3 ଏବଂ B4 ରେ ପରିପୂର୍ଣ୍ଣ | ଏଥିରେ ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ଅଛି |

5. ଯକୃତ (ଲିଭର) ପାଇଁ ଲାଭଦାୟକ |


ଯକୃତ ଆମ ଶରୀରର ସବୁଠାରୁ ବୃହତମ ଅଙ୍ଗ ଏବଂ ଏହା 500 ରୁ ଅଧିକ କାର୍ଯ୍ୟ କରିଥାଏ | କଳା କଫି ଯକୃତ କର୍କଟ, ହେପାଟାଇଟିସ୍, ଫ୍ୟାଟି ଲିଭର ଏବଂ ସିରୋସିସ୍ ସହିତ ଲଢେଇ କରିବାରେ ସାହାଯ୍ୟ କରେ | ଯେଉଁମାନେ ପ୍ରତିଦିନ ବ୍ଲାକ କଫି ପିଅନ୍ତି, ସେମାନଙ୍କୁ ଯକୃତ ସମସ୍ୟା ହେବାର ଆଶଙ୍କା କମ୍ ଥାଏ |

6. ପେଟକୁ ସଫା କରେ |
କଳା କଫିକୁ detox drink କହିଲେ କିଛି ଭୁଲ ହେବନାହିଁ | ବ୍ଲାକ୍ କଫି ଆପଣ ପରିସ୍ରା କରିବାର ସଂଖ୍ୟାକୁ ଦ୍ୱିଗୁଣ ବା ବଢ଼ାଇ ଦେଇ ଥାଏ | ପରିସ୍ରା ମାଧ୍ୟମରେ ଆମ ଶରୀରର ବିଷାକ୍ତ ପଦାର୍ଥଗୁଡିକ ବାହାରି ଯାଇଥାଏ | ତେଣୁ ଯେଉଁମାନେ ବ୍ଲାକ୍ କଫି ପିଅନ୍ତି , ସେମାନଙ୍କ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥଗୁଡିକ ପରିସ୍ରା ମାଧମରେ ବାହାରି ଯାଇଥାଏ ଏବଂ ଏକ ପ୍ରାକୃତିକ ଡିଟକ୍ସ ପ୍ରକ୍ରିୟା ହୋଇଥାଏ |

Leave A Reply

Your email address will not be published.