ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ବାସ୍ତୁ ଅନୁସାରେ ଘରେ ସିଡିର ତଳେ ଭୁଲରେ ବି ଏହିସବୁ ଜିନିଷ ରଖନ୍ତୁ ନାହିଁ । ନଚେତ ବଢିପାରେ ଆର୍ଥିକ ଅସୁବିଧା ଓ ଏହି କାରଣରୁ କେତେକ ସମସ୍ୟା ଅଚାନକ ସୃଷ୍ଟି ହୋଇଥାଏ। ଘର ଭିତର ସିଡ଼ି ମଙ୍ଗଳ ଗ୍ରହକୁ ପ୍ରଭାବିତ କରିଥାଏ ଏବଂ ବାହାର ସିଡ଼ି ଶୁକ୍ର ଗ୍ରହକୁ । ତେଣୁ ସିଡ଼ି କରିବା ବେଳେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ।
ଏହି ଦିଗରେ ବନାନ୍ତୁ ସିଡ଼ି –
ବାସ୍ତୁ ଶାସ୍ତ୍ର କହିଛି ଘର ସିଡ଼ି ନୈରୁତ କୋଣରେ ହେବା ଉଚିତ। ଘରେ ତିଆରି ଚୌଡା ସିଡ଼ି ମଧ୍ୟ ଶୁଭ ହୋଇଥାଏ। ଦକ୍ଷିଣ ଦିଗ, ପୂର୍ବରୁ ପଶ୍ଚିମ ଦିଗ ଆଡକୁ ସିଡିକୁ ମଧ୍ୟ ଉତ୍ତମ ମନାଯାଇଛି ।
କରନ୍ତୁ ନାହିଁ ପୂଜା ଘର କିମ୍ବା ବାଥରୁମ –
ବାସ୍ତୁ ଅନୁସାରେ ସିଡ଼ି ତଳେ ବଂଚିଥିବା ଏକ୍ସଟ୍ରା ଜାଗାରେ କିଚେନ ,ପୂଜା ଘର ଘର କିମ୍ବା ବାଥରୁମ ତିଆରି କରିବା ନିଷେଧ କରାଯାଇଛି। ଷ୍ଟୋର ରୁମ ପରି ବ୍ୟବହାର କରାଯାଇପାରେ କିନ୍ତୁ ସେ ଜାଗାକୁ ସର୍ବଦା ସଫା -ସୁତୁରା ରଖିବା ନିହାତି ଆବଶ୍ୟକ ।
ତିଜୋରୀ କିମ୍ବା ଜୋତା -ଚପଲ ରଖନ୍ତୁ ନାହିଁ –
ବାସ୍ତୁ ଅନୁସାରେ ସିଡ଼ି ତଳେ ଜୋତା -ଚପଲ ଆଲମାରୀ ବା ଗହଣା ପଇସାର ଆଲମାରୀ ବି ରଖିବା ଉଚିତ ନୁହେଁ। ଏମିତି କଲେ ବ୍ୟକ୍ତିକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ ।