ପୁଣିଥରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବାଇଡେନ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣିଥରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବାଇଡେନ୍ । ସେ କହିଛନ୍ତି କି, ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ କେବଳ ନିର୍ବାଚନ ଲଢିବା କଥା ଘୋଷଣା କରିନାହାଁନ୍ତି । ଏହାସହ ସେ ନିର୍ବାଚନ ପ୍ରଚାର କମିଟି ମଧ୍ୟ ଘୋଷଣା କରିଛନ୍ତି । ଆମେରିକା ଗଣମାଧ୍ୟମ ମୁତାବକ ବାଇଡେନ ପୁଣିଥରେ ହ୍ୱାଇଟ ହାଉସରେ ବରିଷ୍ଠ ଅଧିକାରୀ ଓ ଦୀର୍ଘଦିନ ହେବ ଡେମୋକ୍ରାଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ଜୁଲି ଶାବେଜ ରୋଡ୍ରିଗ୍ଜଙ୍କୁ ନିର୍ବାଚନ ପ୍ରଚାରର ମୁଖ୍ୟ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ୨୪ ତାରିଖରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସ୍ପଷ୍ଟ କରିଥିଲେ କି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ ନଭେମ୍ବର ମାସରେ ଘୋଷଣା କରିଛନ୍ତି କି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । କହିରଖୁ କି ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

୮୦ ବର୍ଷୀୟ ବାଇଡେନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ବିଷୟ ସ୍ପଷ୍ଟ କରିଥିବାବେଳେ ଆମେରିକାରେ ତାଙ୍କ ପ୍ରଥମ କାର୍ଯ୍ୟକାଳକୁ ଅନେକ ସମୀକ୍ଷକ ସମାଲୋଚନା କରିଥାନ୍ତି । ତାଙ୍କ ସମୟରେ ଆଫଗାନିସ୍ତାନରୁ ହୋଇଥିବା ସୈନ୍ୟ ପ୍ରତ୍ୟାହାର, ଆମେରିକାରେ ବଢିଚାଲିଥିବା ମୁଦ୍ରାସ୍ପୀତି ଓ ବେକାରି, ଆର୍ଥିକ ମାନ୍ଦାବସ୍ଥାକୁ ଅନେକ ତାଙ୍କ ବିଫଳତା ହିସାବରେ ଦେଖିଥାନ୍ତି । ତାଙ୍କ ଅମଳରେ ସମଗ୍ର ବିଶ୍ବରେ ଆମେରିକାର କ୍ଷମତା ଓ ପ୍ରତିପତ୍ତି କମିଥିବା ଓ ଚୀନର ପ୍ରଭାବ ଆହୁରି ବଢିଥିବା ସମାଲୋଚକମାନେ ଅଭିଯୋଗ କରିଆସୁଛନ୍ତି । ଏସବୁ ବିଫଳତାରୁ ଉପରକୁ ଉଠି ପୁଣି ନିର୍ବାଚିତ ହେବା ବାଇଡେନଙ୍କ ପାଇଁ ବେଶ ଆହ୍ବାନମୂଳକ ହେବ ।

ମୋଦି-ବାଇଡେନ୍ ମିଶି କରିବେ ଡିନର୍। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅତିଥି ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ହ୍ୱାଇଟ୍ ହାଉସରୁ ଆସିବ ନିମନ୍ତ୍ରଣ। ଉଭୟ ମିଶି କରିବେ ରାତ୍ରି ଭୋଜନ। ଏଥିପାଇଁ ଆସନ୍ତା ଜୁନ୍ ମାସରେ ମୋଦି ଆମେରିକା ଗସ୍ତ କରିପାରନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କୁହାଯାଉଛି।  ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ମୋଦିଙ୍କୁ ଏହି ରାଜକୀୟ ଆମନ୍ତ୍ରଣ ଦେବା ପଛରେ ରାଜନୈତିକ ଓ କୁଟନୈତିକ ସମ୍ପର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟ ରହିଛି। ଆମେରିକ ପ୍ରଶାସନିକ ଅଧିକାରୀଙ୍କ କହିବା ମୁତାବକ, ଚୀନ୍ ଆମେରିକା ପାଇଁ ଏକ ବଡ଼ ବିପଦ ଭାବେ ଉଭା ହେବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଆମେରିକା ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାରେ ଲାଗିଛି।  ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜକୀୟ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରିବା ଲାଗି ଆମେରିକା ଯୋଜନା କରିଛି। ମୋଦୀଙ୍କ ସହ ରାଷ୍ଟ୍ରପତି ବାଇଡେନଙ୍କ ଏହା ତୃତୀୟ ଆନୁଷ୍ଠାନିକ ରାଜକୀୟ ରାତ୍ରିଭୋଜନ ହେବ।

Leave A Reply

Your email address will not be published.