କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନୁପ୍ରବେଶ, ମାଡ଼ାକାରେ ମାଟି ପକାଇ ରାସ୍ତା ଅବରୋଧ କଲା ଜିଲ୍ଲା ପ୍ରଶାସନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତେଜିଲା ବିବାଦ, ମାଡ଼ାକାରେ ମାଟି ପକାଇ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ । ଓଡ଼ିଆ ସରକାରଙ୍କୁ ଚ୍ୟାଲେଞ୍ଜ କଲା ଭଳି ଆଜି କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନ ଦୋରା ଅନୁପ୍ରବେଶ କରିବା ପରେ ତାଙ୍କୁ ଅଞ୍ଚଳବାସୀ ଭବ୍ୟ ସ୍ୱାଗତ କରିବା ସହିତ କନ୍ଧ ଭାଷାରେ ଗୀତ ନାଚ କରି ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ନିଜ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲ୍ଲା ପ୍ରଶାସନ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରି ଜଗି ବସିରହିଥିଲା । ତଥାପି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନ ଦୋରା ଏହାକୁ ଖାତିର ନକରି ଅନୁପ୍ରବେଶ କରିବା ସହ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ବୁଝାଇଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଫାଟୁସିନେରି, ସଲପଗୁଡା, କଣାଦୋରା, ଫଗୁଣସିନେରି ପ୍ରମୁଖ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରା ପହଞ୍ଚି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା ଆମ୍ମାବାଡି, ସରକାରୀ ଭତ୍ତା, ରଇତୁ ଭରସା, ୱାଇଏସ୍‌ଆର ସହାୟତା, ଚେଉତା, ଦିବାନା ପରି ୨୪ଟି ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆଲୋଚନା କରିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭାଇଭାଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ବାପ ତୁଲ୍ୟ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛୁ କହି ସୀମାନ୍ତ ଗ୍ରାମଗୁଡ଼ିକରେ ଓଡ଼ିଶା ରାଜ୍ୟ ସରକାରଙ୍କ ଯୋଜନାରୁ ଅନେକ ହିତାଧିକାରୀ ବଞ୍ଚିତ ହୋଇ ରହି ଯାଇଥିବା ବେଳେ ବଞ୍ଚିତ ଗ୍ରାମବାସୀ ବା ପରିବାରଙ୍କ ନିକଟରେ ଆନ୍ଧ୍ର ରାଜ୍ୟ ସରକାର ପହଞ୍ଚି ସମସ୍ତ ଯୋଜନା ଗୁଡ଼ିକ ଦେବା ପାଇଁ ପଦକ୍ଷେପ ନେଇଥିବା ଉପସ୍ଥିତ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି। ଆନ୍ଧ୍ରରେ ରହିଥିବା ୪ଟି ଆଦିବାସୀମାନଙ୍କ ନିମନ୍ତେ ପ୍ରସ୍ତୁତ ଯୋଜନା ଗୁଡ଼ିକ କିପରି ପହଞ୍ଚିବ ସେନେଇ ପଦକ୍ଷେପ ନେବି ଓ ଗ୍ରାମକୁ ସିସି ରାସ୍ତା, ପାନୀୟଜଳ, ଆଧାରକାର୍ଡ ପରି ସମସ୍ତ ଲୋକାଭିମୁଖୀ ଯୋଜନା ପାଇ ପଦକ୍ଷେପ ନିଆ ଯାଇଥିବା ମଧ୍ୟ ସୂଚନା ଦେଇଥିଲେ। ସୀମାନ୍ତ ଗ୍ରାମବାସୀ ଅନେକ ଉପକୃତ ହୋଇ ପାରିବେ ଓ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରା ଯାଉଥିବା ଭତ୍ତା ୨୭୫୦ ଟଙ୍କାକୁ ଆସନ୍ତା ଜାନୁଆରି ମାସ ଠାରୁ ୩୦୦୦ ଟଙ୍କା କରାଯିବ ବୋଲି ସୂଚନା ଦେଇଥିଲେ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଠିକ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ଯେହେତୁ ଜଣେ କେନ୍ଦ୍ର ମନ୍ତ୍ରୀ ହୋଇ କୈଣସି ରାଜ୍ୟ ପ୍ରତି ଆକ୍ଷେପ ନକରି ସବୁ ରାଜ୍ୟକୁ ସାମାନ ଭାବେ ଦେଖିବା ଉଚିତ ଏବଂ ତାଙ୍କ ହାତରେ ଅନେକ କ୍ଷମତା ରହିଛି ।

Leave A Reply

Your email address will not be published.