ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଅଶାନ୍ତ ମଣିପୁରରେ ଶାନ୍ତି ଫେରାଇଆଣିବାକୁ ରାଜ୍ୟପାଳଙ୍କ ଉଦ୍ୟମ, ବାହାରକୁ ବାହାରିଲେ ଗୁଳି କରିଦେବାକୁ ନିର୍ଦେଶ। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଦଙ୍ଗା ବ୍ୟାପିବାରେ ଲାଗିଛି । ଇମ୍ଫାଲ୍ ଉପତ୍ୟକା ଅଧିବାସୀ ମୈତାଇ ଓ ପର୍ବତାବାସୀ କୁକି ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଉଗ୍ରରୂପ ନେଇ ହିଂସା ବ୍ୟାପୁଛି। ମୈତାଇମାନେ ଦୀର୍ଘ ଦିନଧରି ପାର୍ବତ୍ୟାଞ୍ଚଳରେ ବସବାସ କରିବା ଅଧିକାର ଦାବି କରିଆସୁଛନ୍ତି। ମାତ୍ର ଏହାକୁ ମଣିପୁରର ବଡ଼ ଜନଜାତି ଗୋଷ୍ଠୀ କୁକିମାନେ ବିରୋଧ କରୁଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁ ରାଜ୍ୟର ୮ଟି ଜିଲ୍ଲାରେ ହିଂସାକାଣ୍ଡ ଜାରି ରହିଛି ।
Governor of Manipur authorises all District Magistrates, Sub-Divisional Magistrates and all Executive Magistrates/Special Executive Magistrates to issue Shoot at sight orders "in extreme cases whereby all forms of persuasion, warning, reasonable force etc has been exhausted." pic.twitter.com/XkDMUbjAR1
— ANI (@ANI) May 4, 2023
ଧାରା ୧୪୪ ସହିତ ରାଜ୍ୟରେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ହିଂସାପ୍ରବଣ ଜିଲ୍ଲାଗୁଡ଼ିକରେ ଆସାମ ରାଇଫଲ୍ସର ୩୪ କମ୍ପାନୀ ଏବଂ ସେନାର ୯ କମ୍ପାନୀ ମୁତୟନ କରାଯାଇଛି। ଉପଦ୍ରବକାରୀଙ୍କୁ ସାବାଡ କରିବାକୁ ଦେଖିବାମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି ।ମଣିପୁରର ସମୁଦାୟ ଅଞ୍ଚଳର ପ୍ରାୟ ୮୯% ପାହାଡ଼ିଆ ଅଟେ । ଏଠାରେ ତିନୋଟି ସମ୍ପ୍ରଦାୟ ବସବାସ କରନ୍ତି – ମୈତାଇ, ନାଗା ଏବଂ କୁକି । ସେମାନଙ୍କ ମଧ୍ୟରୁ ନାଗା ଓ କୁକିମାନଙ୍କୁ ଆଦିବାସୀ ସମ୍ପ୍ରଦାୟର ମାନ୍ୟତା ମିଳିଥିବା ବେଳେ ମୈତାଇକୁ ଅଣ ଆଦିବାସୀ ମାନ୍ୟତା ମିଳିଛି। ମଇତାଇ ହିନ୍ଦୁ ଧର୍ମର ହୋଇଥିବା ବେଳେ ଅଧିକାଂଶ ନାଗା ଓ କୁକି ଖ୍ରୀଷ୍ଟିଆନ ଧର୍ମର ଅଟନ୍ତି । ବିବାଦର କାରଣ ହେଉଛି ମଣିପୁରର ଆଇନ ଅନୁଯାୟୀ କେବଳ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିପାରିବେ। ଅର୍ଥାତ୍ ନିଜ ଘର ତିଆରି କରି ରୋଜଗାର କରିପାରିବେ।
ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ପାହାଡ଼ିଆ। ମୈତାଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି (ଏସ୍ ସି) ମାନ୍ୟତା ମିଳିଥିବା ବେଳେ ଏହି ପାହାଡ଼ିଆ ଅଞ୍ଚଳରେ ଏହି ଜନଜାତି ନିଜର ଘର ତିଆରି କରିପାରିବେ ନାହିଁ। କିନ୍ତୁ ସେମାନେ ତେଣୁ ସେମାନଙ୍କ ମାନ୍ୟତା ଅନୁସୂଚିତ ଜାତି (ଏସ୍ ସି)ରୁ ଅନୁସୂଚିତ ଜନଜାତି (ଏସ୍ ଟି)ରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ଦାବି କରି ଆସୁଛନ୍ତି, ଯାହାଦ୍ୱାରା ସେମାନେ ମଧ୍ୟ ପାହାଡ଼ିଆ ଅଞ୍ଚଳକୁ ଯାଇପାରିବେ। ସେମାନଙ୍କ ଦାବି ଅନୁସାରେ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଆଗମନ ଯୋଗୁଁ ସେମାନଙ୍କ ବାସସ୍ଥଳୀ ସଂକୁଚିତ ହେଉଛି । ଏଣୁ ସେମାନଙ୍କୁ ପହାଡ଼ିଆ ଅଂଚଳରେ ରହିବାକୁ ଅନୁମତି ଦିଆଯାଉ । କିନ୍ତୁ ଏହାକୁ ନାଗା ଓ କୁକି ଆଦିବାସୀମାନେ ବିରୋଧ କରୁଛନ୍ତି ।