ଭୁବନେଶ୍ୱର ଓ କଟକରେ କାଳବୈଶାଖୀ, ଭାଙ୍ଗିଲା ଗଡ଼ ଓଡ଼ାଇଲା ଆଜବେଷ୍ଟ

0

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ, ଭାଙ୍ଗିଲା ଗଡ଼ ଓଡ଼ାଇଲା ଆଜବେଷ୍ଟ। ତେବେ ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିଛି । ଅନେକ ସ୍ଥାନରେ ଗଛ ଡାଳି ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆଜି କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼଼ା ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ସେହିଭଳି ହିଟୱେଭ୍ ନେଇ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୩ ଦିନ ଯାଏ ୟେଲୋ ୱାର୍ଣ୍ଣିଂ ରହିଛି ।

ଆସନ୍ତାକାଲି ୯ ତାରିଖ ପାଇଁ କାଳବୈଶାଖୀ ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ୧୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ଲକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.