ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ‘ବ୍ରେକ୍ଅପ୍’ ପରେ ପୁଣି ଏକାଠି ହେଲେ ବଲିଉଡର ଟର୍ଚ୍ଚିତ ଲଭର୍ସ ଟାଇଗର୍ ଶ୍ରଫ୍ ଓ ଦିଶା ପଟାନୀ । ଜାତୀୟ ରାଜଧାନୀ ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁହେଁ ଏକା ବିମାନରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଇଥିଲେ। କାର୍ଯ୍ୟକ୍ରମସ୍ଥଳରୁ ଉତ୍ତୋଳିତ ହୋଇ ଅନ୍ଲାଇନ୍ରେ ସେୟାର୍ ହୋଇଥିବା କେତେକ ଭିଡିଓରେ ଦେଖାଯାଉଛି, ଟାଇଗର୍ ଓ ଦିଶା ପାଖକୁ ପାଖ ଲାଗି ବସିଛନ୍ତି ଓ କଥାବାର୍ତ୍ତା ବି ହେଉଛନ୍ତି। ଦୁହେଁ ହସାହସି ବି ହେଉଛନ୍ତି।
ଆଉ ଗୋଟିଏ ଭିଡିଓରେ ଦେଖାଯାଉଛି, ଦିଲ୍ଲୀର ସେ କାର୍ଯ୍ୟକ୍ରମସ୍ଥଳୀକୁ ଟାଇଗର୍ ଆଗେ ଆଗେ ଯାଉଥିବା ବେଳେ ଦିଶା ତାଙ୍କ ପଛେ ପଛେ ଚାଲୁଛନ୍ତି ଓ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାଟ କଢ଼ାଇ ନେଉଛନ୍ତି। କିନ୍ତୁ, ଫଟୋଗ୍ରାଫର୍ମାନଙ୍କ ପାଇଁ ଉଭୟ ପୃଥକ୍ ହୋଇ ପୋଜ୍ ଦେଇଥିଲେ। ଟାଇଗର୍ ପୋଜ୍ ଦେବା ବେଳେ ଦିଶା ଅପେକ୍ଷା କରି ରହିଲେ। ଟାଇଗର୍ ଚାଲିଯିବା ପରେ ଦିଶା ଫଟୋ ପାଇଁ କ୍ୟାମେରା ଆଗରେ ପୋଜ୍ ଦେଲେ। କାର୍ଯ୍ୟକ୍ରମ ପାଇଁ ଟାଇଗର୍ କଳା ଟି-ସାର୍ଟ, ମ୍ୟାଚିଙ୍ଗ୍ ପ୍ୟାଣ୍ଟ୍ ଓ ଜୋତା ପିନ୍ଧିଥିବା ବେଳେ ଦିଶା କ୍ରପ୍ଡ୍ ପର୍ପଲ୍ ଟପ୍, ଧଳା ପ୍ୟାଣ୍ଟ୍ ଓ ସ୍ନିକର୍ ପିନ୍ଧିଥିଲେ। ଉଭୟ କିନ୍ତୁ, କଳା ଚଷମା ପିନ୍ଧିଥିଲେ। କାର୍ଯ୍ୟକ୍ରମରେ ଟାଇଗର୍ଙ୍କ ଭଉଣୀ କୃଷ୍ଣା ଶ୍ରଫ୍ ଦିଶାଙ୍କ ପାଖରେ ବସିଥିଲେ।