ବର୍ଷା ଋତୁରେ ଏହି ସବୁ ଜିନିଷ ଉପରେ ଧ୍ୟାନ ରଖନ୍ତୁ, ନଚେତ ବେମାରରେ ପଡିଯିବେ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆପଣ ଜାଣନ୍ତି କି ବର୍ଷାଋତୁରେ ରୋଗ ବ୍ୟାପିବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ପାଗ ବଦଳିବା ପରେ ଲୋକମାନେ ଭାଇରାଲ୍, ଥଣ୍ଡା ଏବଂ ଫ୍ଲୁ ଭଳି ରୋଗରେ ପଡନ୍ତି। ଏପରି ପରିସ୍ଥିତିରେ, ପ୍ରତ୍ୟେକ ବ୍ୟକ୍ତି ନିଜର ଅଧିକ ଯତ୍ନ ନେବା ଆବଶ୍ୟକ।

ଆୟୁର୍ବେଦ କହେ ବର୍ଷା ଋତୁରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ, ସେଥିପାଇଁ ଏହି ଦିନେ ବିଭିନ୍ନ ରୋଗ ହୁଏ। ସେଥିପାଇଁ ଏହି ଦିନରେ ରୋଗରୁ ନିଜକୁ ବଞ୍ଚାଇ ରଖିବାକୁ ଆପଣଙ୍କୁ ଭିନ୍ନ ତରିକା ଆପଣେଇବାକୁ ପଡ଼ିବ। ବର୍ଷା ଋତୁରେ ପାଣିକୁ ଫୁଟାଇକି ପିଅନ୍ତୁ। ଏହି ଋତୁରେ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ। ଫୁଟା ପାଣି ପିଇବର ଦ୍ବାରା ସେହି ସମସ୍ୟାକୁ କିଛି ମାତ୍ରାରେ ଦୂରେଇ ଦିଆଯାଇପାରେ।

ବର୍ଷା ଋତୁରେ ନିଜ ଡାଏଟ୍‌ରେ ଅଦାକୁ ସାମିଲ୍‌ କରନ୍ତୁ। ଅଦା ଖାଇବା ଦ୍ବାରା କୋହଲା ପାଗ ହେତୁ ଉପୁଜୁଥିବା ଥଣ୍ଡା, କା‌ଶ, ତଣ୍ଟି ଦରଜ ସମସ୍ୟା ହ୍ରାସ ପାଇଥାଏ। ତେବେ କୌଣସି ପ୍ରକାରର ଭାରୀ ଖାଦ୍ୟ ଖାଇବା ଅନୁଚିତ। ଏହି ଦିନ ଯେତେ‌ ହାଲୁକା ଖାଦ୍ୟ ଖାଇବେ ସେତେ ଭଲ।

ତୁଳସୀ ପତ୍ରକୁ ଫୁଟେଇକି ସେ ପାଣି ପିଇଲେ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ତୁଳସୀ ପତ୍ର ପକାଇ କାଢ଼ା ବନାଇବି ଆପଣ ପିଇପାରିବେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣ ଏହି ଦିନେ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଖାଦ୍ୟ ଏବଂ ପାନୀୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ଯଦି ଆମେ ଏହା ପଛରେ ଲୁକ୍କାୟିତ ବୈଜ୍ଞାନିକ କାରଣକୁ ବିଶ୍ୱାସ କରିବା ତେବେ ବର୍ଷା ଋତୁରେ କୀଟପତଙ୍ଗ ବୃଦ୍ଧି ପାଇଥାନ୍ତି। ପତ୍ରଯୁକ୍ତ ପନିପରିବା ମଧ୍ୟରେ କୀଟମାନେ ଶୀଘ୍ର ବଢନ୍ତି। ସେହି କାରଣରୁ ଏହି ଋତୁରେ ଶାଗ ଖାଇବା ଅନୁଚିତ।

Leave A Reply

Your email address will not be published.