ଏହି ବାରରେ କିଣନ୍ତୁ ନାହିଁ ବେଲେଣା କାଠି ଓ ପେଡି, ଆସିବ ବାସ୍ତୁ ସମସ୍ୟା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବାସ୍ତୁ ଶାସ୍ତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ବର୍ଣ୍ଣନା କରାଯାଇଛି। ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଗୃହ ପ୍ରବେଶ ପର୍ୟ୍ୟନ୍ତ ବିଭିନ୍ନ ବାସ୍ତୁ ନିୟମ ରହିଛି। ଏହା ବ୍ୟତୀତ ଘରେ ଥିବା ପ୍ରତ୍ୟେକ ଜିନିଷ ପାଇଁ ବାସ୍ତୁ ନିୟମ ରହିଛି। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ। ବାସ୍ତୁ ନିୟମ ପ୍ରତି ଅଣଦେଖା କରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ। ଧନହାନୀ ମଧ୍ୟ ହୋଇଥାଏ। ସେହିଭଳି କେତେକ ଜିନିଷ କିଣିବାର ନିର୍ଦ୍ଦିଷ୍ଟ ବାର ମଧ୍ୟ ରହିଛି। ଜାଣନ୍ତୁ ବେଲେଣା କାଠି ଓ ପେଡି ସହ ଜଡିତ କିଛି ବାସ୍ତୁ ନିୟମ ଓ କେଉଁ ବାରରେ ଏହାକୁ କିଣିବା ଦ୍ୱାରା ଶୁଭଫଳ ମିଳିଥାଏ।
ବାସ୍ତୁ ଅନୁଯାୟୀ, ବେଲେଣା କାଠି ଓ ପେଡିକୁ ବ୍ୟବହାର ପରେ ତୁରନ୍ତ ସଫା କରନ୍ତୁ ଓ ସଫା କରିବା ପରେ ଏହାକୁ ଶୁଖାଇ ରଖନ୍ତୁ। ଏହାକୁ ଆଦୌ ଅପରିଷ୍କାର ରଖନ୍ତୁ ନାହିଁ। ପ୍ରତ୍ୟେକ ଦିନ ଏହାର ବ୍ୟବହାର ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଅପରିଷ୍କାର ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ଓ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।
ବେଲେଣା କାଠି ଓ ପେଡିକୁ କିଣିବା ପାଇଁ ଗୁରୁବାର ଦିନ ସବୁଠାରୁ ଶୁଭଙ୍କର ବୋଲି କୁହାଯାଏ। ଏହି ଦିନ ବେଲେଣା କାଠି ଓ ପେଡି କିଣିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ବୁଧବାର ଦିନ ମଧ୍ୟ ଏହାକୁ କିଣିପାରିବେ। ମାତ୍ର ମଙ୍ଗଳବାର ଓ ଶନିବାର ଭୁଲ୍‌‌ରେ ମଧ୍ୟ ଏହାକୁ କିଣିବେ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ବେଲେଣା କାଠି ଓ ପେଡି କିଣିବା ସମୟରେ ଏହାର ଶେଷ ଅଂଶ ତଳ ଉପର ନ ହୋଇ ସମତଳ ହେବା ଆବଶ୍ୟକ। ଯେପରି ରୁଟି, ପୁରୀ ,ପରଟା ଆଦି ବେଲିବା ସମୟରେ ଶବ୍ଦ ନ ହେଉଥିବ। ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଶବ୍ଦ ହେବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାରରେ ଅଶାନ୍ତି ଲାଗି ରହିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ।

Leave A Reply

Your email address will not be published.