ରିଲିଜ୍ ପୂର୍ବରୁ ୫୦୦କୋଟି ଆୟ ‌କଲା ‘ଡଙ୍କି’ ଓ ‘ଯବାନ’

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ରିଲିଜ୍ ପୂର୍ବରୁ ୫୦୦କୋଟି ଆୟ ‌କଲା ‘ଡଙ୍କି’ ଓ ‘ଯବାନ’ । ୨୦୨୩ରେ ଫିଲ୍ମ ‘ପଠାନ’ ସହିତ ଦୀର୍ଘ ବର୍ଷ ପରେ ଶାହାରୁଖ ଖାନ ବଡ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଚଳଚ୍ଚିତ୍ର ୨୦୨୩ରେ ଭଲ ବ୍ୟବସାୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ। ପଠାନ ଏକ ବ୍ଲକବଷ୍ଟର ହିଟ୍ ବୋଲି ପ୍ରମାଣିତ ହୋଇଥିବା ବେଳେ ବର୍ତ୍ତମାନ ଶାହାରୁଖଙ୍କ ଫିଲ୍ମ ‘ଯବାନ’ ଏବଂ ‘ଡଙ୍କି’କୁ ନେଇ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି। ଏହି ଦୁଇଟି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା ସାମ୍ନାକୁ ଆସିଛି। ମିଳିତ ଭାବେ ଉଭୟ ଚଳଚ୍ଚିତ୍ର ୫୦୦କୋଟିର ବ୍ୟବସାୟ କରିସାରିଲାଣି। ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ର ସାଟେଲାଇଟ, ଡିଜିଟାଲ ଏବଂ ମ୍ୟୁଜିକ ରାଇଟ୍ସ ୨୫୦କୋଟିରେ ବିକ୍ରି ହୋଇଥିବା ବେଳେ ‘ଡଙ୍କି’ର ସାଟେଲାଇଟ, ଡିଜିଟାଲ ଏବଂ ମ୍ୟୁଜିକ ରାଇଟ୍ସ  ୨୩୦କୋଟିରେ ବିକ୍ରି ହୋଇଛି।

‘ଯବାନ’ ଏବଂ ‘ଡଙ୍କି’ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି, କାରଣ ‘ଯବାନ’କୁ ତାମିଲ ଏବଂ ତେଲୁଗୁ ଭାଷାରେ ଡବ୍ କରାଯାଇଛି। ଉଭୟ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ପ୍ରାୟ ୫୦୦କୋଟି ବ୍ୟବସାୟ କରିସାରିଛି। ବିଶେଷ କଥା ହେଉଛି ଉଭୟ ଫିଲ୍ମ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଧୀନରେ ନିର୍ମିତ ହୋଇଛି। ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ ବିଷୟରେ କହିବାକୁ ଗଲେ ଏଥିରେ ଶାହରୁଖ ଡବଲ ରୋଲ୍ କରିବେ। ଏହି ଚଳଚ୍ଚିତ୍ରରେ ନୟନତାରା ଏବଂ ବିଜୟ ସେଥୁପତି ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.