ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ଖାଆନ୍ତୁ ନାହିଁ ଆଚାର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଚାର ଆମ ଭାରତୀୟ ଙ୍କ ଅତି ପ୍ରିୟ । ଖାଇବା ଥାଳିରେ ଖଟା, ମିଠା, ରାଗ ସ୍ୱାଦର ଆଚାର ଅଳ୍ପ ଟିକିଏ ନ ରହିଲେ ଖାଇବାର ମଜା ଆସେନି । ଆଗକାଳରେ ଲୋକେ ଘରେ ଆଚାର ତିଆରି କରୁଥିଲେ । ଏବେ କିନ୍ତୁ ବଜାରରୁ କିଣି ନେଇ ଆସୁଛନ୍ତି । ମାତ୍ର ପ୍ରତିଦିନ ଆଚାର ଖାଉଥିବା ଲୋକ କେତୋଟି କଥା ଜାଣି ରଖନ୍ତୁ ।

-ରକ୍ତ ଚାପ ରୋଗୀ ଆଚାର ନ ଖାଇବା ଭଲ । ଏଥିରେ ଥିବା ସୋଡ଼ିୟମ ସ୍ତର ରକ୍ତଚାପ ବଢାଏ । ହୃଦରୋଗର ଆଶଙ୍କା ବି ବଢେ ।

-ଯକୃତ କିମ୍ବା ବୃକକ୍ରେ ପୂର୍ବରୁ ସମସ୍ୟା ଥିଲେ , ଆଚାର ଖାଇବା କ୍ଷତିକାରକ ହୋଇପାରେ ।

-ଆଚାର ଖାଇଲେ କେତେଜଣଙ୍କର ଅମ୍ଳ ଅସୁବିଧା ବି ହୁଏ । ସେମାନେ ମଧ୍ୟ ଆଚାର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

-ଅଷ୍ଟିଓପୋରୋସିସ୍ ରୋଗୀଙ୍କୁ ଆଚାର ଖାଇବାକୁ ବିଶେଷଜ୍ଞ ମାନେ ବାରଣ କରିଛନ୍ତି ।

-ଆଚାରରେ ଅଧିକ ପରିମାଣରେ ଲୁଣ ଓ ତେଲ ବ୍ୟବହାର କରାଯାଉଥିବାରୁ ରୋଗୀଙ୍କ ହାଡ଼ ଏଥିପାଇଁ ଅଧିକ ଦୁର୍ବଳ ହୋଇପାରେ ।

Leave A Reply

Your email address will not be published.