ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମୃତ୍ୟୁ କେଉଁଠି ବି କେଉଁ ରୂପରେ ଆସିପାରେ। ଫୁଟବଲ ଖେଳାଳିଙ୍କୁ ନଈରୁ ଟାଣିନେଲା କୁମ୍ଭୀର। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ସତ। ଠିକ ସେଭଳି କିଛି ଦେଖିବାକୁ ମିଳିଛି ଆମେରିକାର କୋଷ୍ଟାର ରିକାର । ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳୀ ନଦୀରେ ପହଁରୁଥିବାବେଳେ ମୃତ୍ୟୁ ମୁଖରେ ପଡିଥିଲେ । ହଠାତ କୁମ୍ଭୀର ଆକ୍ରମଣ କରିବା ପରେ ଖେଳାଳୀ ଜିସସ ଆଲବର୍ଟ ଲୋପେଜଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଖେଳାଳୀଙ୍କୁ ଆକ୍ରମଣ କରିବା ପରେ କିଛି ସମୟ ପାଇଁ ତାଙ୍କୁ ପାଟିରେ ପୁରାଇ ମଝି ନଦୀରେ ଘୁରିବୁଲିଥିଲା କୁମ୍ଭୀର । ପରେ ସ୍ଥାନୀୟ ଲୋକ କୁମ୍ଭୀରକୁ ଗୁଳିମାଡ଼ କରି ଶବ ଜବତ କରିଥିଲେ । ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ବେଶ ଭାଇରାଲ ହେଉଛି ।