ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର । ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ୟ୍ୟନ୍ତ ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ବୋଲି କୁହାଯାଇଛି । ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ୟ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ମିଳିଥିବା ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି କୁହାଯାଇଛି । ଏହି କାରଣରୁ ଜମ୍ମୁ-କାଶ୍ମୀରରେ ତୀବ୍ର ଝଟକା ଅନୁଭୂତ ହୋଇଛି । ହିନ୍ଦୁକୁଶ କେନ୍ଦ୍ରସ୍ଥଳ ହୋଇଥିବାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତରେ ଏକା ସହିତ ଏହି ଝଟକା ଅନୁଭୂତ ହୋଇଛି । ବିଶେଷ କରି ଜାମ୍ମୁ-କାଶ୍ମୀରରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଦିଲ୍ଲୀ ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହେଉଛି ।

 

Leave A Reply

Your email address will not be published.